ଅସହ୍ୟ ହେବ ତାପମାତ୍ରା

ଭୁବନେଶ୍ୱର – ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଅତ୍ୟଧିକ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଏଥିସହ ଦିନ ସମୟରେ ଲୋକଙ୍କୁ ଏବେଠୁ ଅସହ୍ୟ ଯନ୍ତ୍ରଣା ସହିବାକୁ ପଡୁଛି। ରାଜ୍ୟର ଦୁଇଚି ସହରରେ ତପାମାତ୍ରା ୪୦ଡିଗ୍ରୀ ସେଲସିୟସ୍ ଟପିଲାଣି। ଅଧିକାଂଶ ସ୍ଥାନରେ ପାରଦ ଆହୁରୀ ବଢିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ମୁଖ୍ୟତଃ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବ ସହ ଅତ୍ୟଧିକ ଗରମ ଅନୁଭୂତ ହେବ। ମାଲକାନାଗିରି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡରେ ୪୦ ଡିଗ୍ରୀ ରହିଛି। ସେହିପରି ବଲଙ୍ଗୀରରେ ୩୯.୨ ଡିଗ୍ରୀ, ଅନୁଗୁଳରେ ୩୯.୧ଡିଗ୍ରୀ ରେକର୍ଡ ହୋଇଛି।

ପୂର୍ବତନ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଡେଙ୍କାନାଳ, ପୁରୀ, କଳାହାଣ୍ଡି ଆଦି ସାମୁଦ୍ରିକ ଅଞ୍ଚଳରେ ଆସନ୍ତା ଏପ୍ରିଲ ୧ ଓ ୨ ଆଡକୁ ଘଡଘଡି ସହ ବର୍ଷା ହୋଇପାରେ। କେଉଁ କେଉଁ ସ୍ଥାନରେ କାଳବୈଶାଖୀ ବୃଷ୍ଟି ମଧ୍ୟ ହେବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।

 

Post Your View

Leave a Reply

Your email address will not be published. Required fields are marked *

Back to top button