ପାରାଚ୍ୟୁଟ୍ ଦେଖି ଡରିଗଲେ ଲୋକେ …

ଆଜି ସକାଳୁ ସକାଳୁ ମାଲକାନାଗିରି ଜିଲ୍ଲାର ଏମପିଭି-୮୩ ଗାଁରେ ଏକ ପାରାଚ୍ୟୁଟ୍ ପଡିଥିବାର ଦେଖିବାକୁ ମିଳିଥିଲା ..।। ଏହି ପାରାଚ୍ୟୁଟ୍‌କୁ ଦେଖି ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଥିଲା ..।। ଏହାକୁ ନେଇ ଆଶଙ୍କା ପ୍ରକଟ ହେବାରୁ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ..।। ଘଟଣା ଘଟିଥିବା ଯାଗାରେ ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ..।ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ପାରାଚ୍ୟୁଟରେ ଭାରତ ସରକାରଙ୍କର ଅଶୋକ ସ୍ତମ୍ବ ଚିହ୍ନ ରହିଥିବାର ଦେଖିବାକୁ ମିଳିଛି ..।। ତେବେ ଏହି ପାରାଚ୍ୟୁଟ୍‌ଟି କେଉଁଠି କେମିତି ଏଠାକୁ ଆସିଲା ତାହା ଏଯାବତ୍ ସ୍ପଷ୍ଟ ହୋଇପାରିନାହିଁ ..।। ତେବେ ଗାଁ ଲୋକଙ୍କ କହିବା କଥାକି ଗାଁ ରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି .. ଯାହାକୁ ନେଇ ଲୋକେ ଅଅତଙ୍କିତ ହୋଇଯାଇଛନ୍ତି ..।।

Post Your View

Leave a Reply

Your email address will not be published. Required fields are marked *

Back to top button