ଜମାଟୋ ବୟ ନିର୍ଦ୍ଦୋଷ : ପରିଣୀତି ଚୋପ୍ରା

ଟ୍ୱିଟ୍ କରି ସତ୍ୟାସତ ଯାଞ୍ଚ କରିବା ପାଇଁ ଜମାଟୋ ଇଣ୍ଡିଆକୁ କଲେ ଅନୁରୋଧ ..

ଏହି କିଛି ଦିନ ଆଗରୁ ଏକ ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ ହେବାକୁ ଲାଗିଥିଲା । ତେବେ ବେଙ୍ଗାଲୁରର ଜଣେ ମହିଳା ଜୋମାଟୋରେ କିଛି ସାମଗ୍ରୀ ଅଡର କରିଥିଲେ ଏହାପରେ ତାଙ୍କ ସାମାନ ଆସିବାକୁ ବିଳମ୍ବ ହେବାରୁ ସେ ସେହି ଅଡରକୁ କ୍ୟାନସଲ୍ ମଧ୍ୟ କରିବାକୁ ବାହାରିଥିଲେ । ସେହି ସମୟରେ ଜୋମାଟୋବୟ ପହଁଚିଥିଲେ ।, ଜମାଟୋ ବୟ ନିର୍ଦ୍ଦୋଷ : ପରିଣୀତି ଚୋପ୍ରାତେବେ ସେହି ମହିଳା ଜଣଙ୍କ କହିଥିଲେ କି ସେ ଅଡର କ୍ୟାନସଲ୍ କରିଦେବାରୁ ଜୋମାଟୋବୟ ରାଗି ତାଙ୍କ ମାଡମାରିଥିଲେ । ସେ କହିଥିଲେ ଯେ ମହିଳା ଜଣକ ପ୍ରଥମେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଚପଲରେ ପିଟିଥିଲେ। ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ମହିଳା ଜଣକ ବରାଦ ଦେଇଥିବା ଖାଦ୍ୟ ବାତିଲ୍ କରିବା କାରଣରୁ ତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ ‘ଜୋମାଟୋ’ର ଡେଲିଭରି ବୟ।, ଜମାଟୋ ବୟ ନିର୍ଦ୍ଦୋଷ : ପରିଣୀତି ଚୋପ୍ରାମାତ୍ର ଏହା ସଂପୂର୍ଣ୍ଣ ଗୁଜବ ବୋଲି ଅଭିଯୁକ୍ତ ଡେଲିଭରି ବୟ ଜଣକ ନିଜ ବୟାନରେ ସଫେଇ ଦେଇଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ବଲିଉଡର ଚୁଲବୁଲି ନାୟିକା ପରିଣୀତି ଚୋପ୍ରା ସେ ଜୋମାଟୋ ବୟ ସପକ୍ଷରେ ବାହାରି ଏକ ଟ୍ୱିଟ୍ କରି ଲେଖିଛନ୍ତି ସେ ନିର୍ଦ୍ଦୋଷ ବୋଲି ।, ଜମାଟୋ ବୟ ନିର୍ଦ୍ଦୋଷ : ପରିଣୀତି ଚୋପ୍ରାଜୋମାଟୋ ମାମଲାରେ ଜୋମାଟୋର ଡେଲିଭରି ବୟଙ୍କ ସପକ୍ଷରେ ବାହାରିଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଜ୍ଝପରିଣୀତି ଚୋପ୍ରା ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଜୋମାଟୋ ଇଣ୍ଡିଆ, ଦୟାକରି ସତ୍ୟତା ଯାଞ୍ଚ କରନ୍ତୁ ଏବଂ ସର୍ବସାଧାରଣରେ ରିପୋର୍ଟ ପ୍ରକାଶ କରନ୍ତୁ।, ଜମାଟୋ ବୟ ନିର୍ଦ୍ଦୋଷ : ପରିଣୀତି ଚୋପ୍ରାଯଦି ଏହି ବ୍ୟକ୍ତି ନିର୍ଦ୍ଦୋଷ (ମୁଁ ବିଶ୍ୱାସ କରେ ସେ ନିର୍ଦ୍ଦୋଷ) ତେବେ ମହିଳାଙ୍କୁ ଦଣ୍ଡ ଦେବାରେ ଆମକୁ ସାହାଯ୍ୟ କରନ୍ତୁ ଜ୍ଝ ଏହା ଅମାନବୀୟ, ଲଜ୍ଜାଜନକ ଏବଂ ହୃଦୟ ବିଦାରକ ଜ୍ଝ ମୁଁ କିପରି ସାହାଯ୍ୟ କରିପାରିବି ଦୟାକରି ମୋତେ କୁହନ୍ତୁ’ ଜ୍ଝ ଆଉ ପରିଣୀତିଙ୍କ ଏହି ଟ୍ୱିଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଅଭିନେତ୍ରୀଙ୍କୁ ପ୍ରଶଂସା କରୁଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button