କମିଲା ପେଟ୍ରୋଲ ଦର ମିଳିଲା ଆଶ୍ବସ୍ତି

ଆଜି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ଅଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୧୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୭ ଟଙ୍କା ୯୮ ପଇସା ଅଛି । ସପ୍ତାହକ ମଧ୍ୟରେ ଲଗାତର ତୃତୀୟ ଥର ଲାଗି ତେଲ ଦର ହ୍ରାସ ହୋଇଛି। ମଙ୍ଗଳବାର ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ଦର ୨୬ ପଇସା କମିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ହେବା ଫଳରେ ଘରୋଇ ବଜାରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଛି। କୋଭିଡ୍‌ ମାମଲା ବଢ଼ିବା ଯୋଗୁ ଅନ୍ତର୍ଜାତୀୟ ବଜାରରେ ତେଲ ଦର ମାର୍ଚ୍ଚ ୨୪ରେ ପ୍ରଥମେ ହ୍ରାସ ହୋଇଥିଲା।ପୂର୍ବରୁ ମାର୍ଚ୍ଚ ୨୫ରେ ପୁଣି ଥରେ ଦରରେ ହ୍ରାସ ପରିଲକ୍ଷିତ ହୋଇଛି। ମୋଟ ୩ ଥର ଦର ହ୍ରାସ ହେବା ଯୋଗୁଁ ପେଟ୍ରୋଲ ୬୧ ଏବଂ ଡିଜେଲ ୬୦ ପଇସା ଖସିଛି।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍- ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

Post Your View

Leave a Reply

Your email address will not be published. Required fields are marked *

Back to top button