ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ

ପୁଣି ଘୁଞ୍ଚିଲା ପିପିଲି ଉପ ନିର୍ବାଚନ ତାରିଖ । ମେ ୧୩ ବଦଳରେ ୧୬ ତାରିଖରେ ହେବ ନିର୍ବାଚନ । ମେ ୧୯ ତାରିଖରେ ଭୋଟ ଗଣତି ହେବା ସହିତ  ଫଳ ପ୍ରକାଶ ପାଇବ ।ମେ ୧୩ରେ ଇଦ୍‌-ଉଲ୍‌-ଫିତର ପଡୁଥିବାରୁ ନିର୍ବାଚନ ତାରିଖ ଘୁଞ୍ଚିଥିବା ସୂଚନା ମିଳିଛି । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।ସୂଚନାଯୋଗ୍ୟ,୧୬ ମେ’ରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ । ଅଥାର୍ତ ୧୩ ମେ ସନ୍ଧ୍ୟା ସୁଦ୍ଧା ପ୍ରଚାର ବନ୍ଦ ରହିବ ।, ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ୧୩ ତାରିଖରେ ଇଦ୍-ଉଲ-ଫିତର ପଡୁଥିବାରୁ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପୂରା କୋଭିଡ କଟକଣା ସହ ନିର୍ବାଚନ ହେବାକୁ ଥିବା ବେଳେ କୋଭିଡ ଗାଇଡଲାଇନ ମାନିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।ଉ​ଲ୍ଲେଖଯୋଗ୍ୟ, କଂଗ୍ରେସ ପ୍ରାର୍ଥୀଙ୍କ ବିୟୋଗରେ ନିର୍ବାଚନ ବାତିଲ ହେବା ପରେ ସାନି ବିଜ୍ଞପ୍ତିରେ ପ୍ରଥମେ ମେ’ ୧୩ରେ ନିର୍ବାଚନ ହେବା ନେଇ ସ୍ଥିର ହୋଇଥିଲା। କିନ୍ତୁ ଏବେ ପୁଣିଥରେ ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି।

Post Your View

Leave a Reply

Your email address will not be published. Required fields are marked *

Back to top button