ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ପିପିଲି ନିର୍ବାଚନ ପାଇଁ ତାତିିଥିଲା ମଇଦାନ । ପ୍ରତେକ ଦିନ ଚାଲିଥିଲା ଜୋର ସୋର ପ୍ରଚାର । କିଏ ପିନ୍ଦିବ ରାଜ ମୁକୁଟ କୁଏ ହେବ ପିପିଲି ରାଜା । ତେବେ ପିପିଲି ରାଜନୀତି ସବୁ ବେଳେ ଚର୍ଚ୍ଚାରେ ଥାଏ । କାରଣ ପ୍ରଦୀପ ମହାରଥୀ ଖାଲି ଜଣେ ଟାଣୁନା ନେତା ନୁହଁନ୍ତି , ସେ ଜଣେ ଭଲ ମଣିଷ ମଧ୍ୟ । ରାଜନୀତି ରେ ଅନେକ ବାଜି ଜିତିଥିବା ଜଣେ ନାୟକ ଅଟନ୍ତି । ତାଙ୍କ ସେହି ଗୋଟିଏ ଡାଇଲକ୍ ଶହେ ଘୋଡାକୁ ଶହେ ହାତି ଏକା ଲଢିବ ମହାରଥୀ । ଆଜି ବି ସେହି ଡାଇଲକ୍‌କୁ ଲୋକମାନେ ମଧ୍ୟ ନିଜର ମନରୁ କାଡିପାରିନଥିବା ।, ସ୍ଥଗିତ ହେଲା ପିପିଲି ଉପନିର୍ବାଚନରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେତିକି ଭଲ ପାନ୍ତି ସେ ମହାରଥୀଙ୍କୁ ମଧ୍ୟ ସେତିକି ଭଲ ପାନ୍ତି । ତେବେ ଅଚାନକ୍ ପ୍ରଦୀପ ମହାମରୀଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥିରେ ନିର୍ବାଚନ ଘୋଷଣା କରିଥିଲେ । ଏହି ନିର୍ବାଚନରେ ମହାରଥୀଙ୍କ ଶୁପୁତ୍ର ରୁଦ୍ର ମହାରଥୀଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲେ । ଏହାପରେ ରାଜନୀତିକ ମାହୋଲ ମଧ୍ୟ ଧିରେ ଧିରେ ବଦଳିବାରେ ଲାଗିଲା । ସବୁ ଦିନ ବିଜେଡି ନେତା ବା ରୁଦ୍ର ମହାରଥୀ ପ୍ରଚାର ମଇଦାନରେ ନିଜର ଭୋଟ୍ ଦାତାଙ୍କ ସହ ଅନେକ ଆଲୋଚନା ମଧ୍ୟ କରିଥିଲେ । କିନ୍ତୁ ଅଚାନକ କଂଗ୍ରେସ ନେତାଙ୍କ ଦେହାନ୍ତ ଯୋଗ ସବୁ ତିତି ବି କମିବାରେ ଲାଗିଲା ।, ସ୍ଥଗିତ ହେଲା ପିପିଲି ଉପନିର୍ବାଚନପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଚାଲିଥିଲା । କିନ୍ତୁ ହଠାତ ଗତକାଲି ଏକ ଦୁଃଖଦ ଘଟଣା ଘଟିଛି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ପରେ ରିଟର୍ଣ୍ଣିଂ ଅଫିସରଙ୍କ ପାୱାର ବଳରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ କମିଶନ ସାନି ତାରିଖ ଘୋଷଣା କରିବେ ।ତେବେ ପିପିଲି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅନ୍ୟ ସଦସ୍ୟଙ୍କର ପ୍ରାର୍ଥୀପତ୍ର କାଏମ ରିହିବା ବେଳେ କଂଗ୍ରେସ ପାଇଁ ନୂତନ ପ୍ରର୍ଥୀ ଦେବାକୁ ସୁଯୋଗ ମିଳିବ । ନିର୍ବାଚନ କମିଶନ ଯେଉଁ ଦିନ ତାରିଖ ଘୋଷଣା କରିବେ ତାହାର 7 ଦିନ ଭିତରେ ନୋମିନେଶନ ଫାଇଲ ହେବ । ଯେଉଁ ପ୍ରକ୍ରିୟା ରହିଛି ସେହି ଅନୁସାରେ ନିର୍ବାଚନ ହେବ । ଅତିକମରେ କଂଗ୍ରେସ ପ୍ରାଥିଙ୍କୁ ପ୍ରଚାର କରିବା ପାଇଁ 15 ଦିନ ସୁଯୋଗ ଦିଆଯିବ । କେବଳ ଜାତୀୟ କଂଗ୍ରେସ ପ୍ରାଥି ହିଁ ନୋମିନେଶନ ଫାଇଲ ପାରିବେ ।, ସ୍ଥଗିତ ହେଲା ପିପିଲି ଉପନିର୍ବାଚନଆମେ ଗତକାଲି ପ୍ରାଥିଙ୍କ ମୃତ୍ୟୁ ଖବର ନିର୍ବାଚନ କମିଶନଙ୍କ ନିକଟକୁ ପଠାଇ ଦେଇଛୁ । ନିର୍ବାଚନ କମିଶନଙ୍କ ପରବର୍ତ୍ତୀ ନିର୍ଦେଶକୁ ଅପେକ୍ଷା କରିଛୁ । ଯେବେ ବି ତାରିଖ ଘୋଷଣା ହେବ ତାହା ପରେ ପୁଣି ଥରେ ପିପିଲି ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ କମିଶନର ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି  ।ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା 17 ତାରିଖରେ ପିପିଲି ଆସନ ପାଇଁ ନିର୍ବାଚନ ହୋଇଥାନ୍ତା । ଆଉ ମାତ୍ର 2 ଦିନ ବାକିଥିଲା । ଗତକାଲି ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମୃତ୍ୟୁବରଣ କରିଛନ୍ତ । ପ୍ରଚାର ବେଳେ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button