କଡାକଡି ହୋଇଛି ଯୁକ୍ତଦୁଇ ମୂଲ୍ୟାୟନ ବ୍ୟବସ୍ଥା

ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି। କଡାକଡି ହେବ ସୁରକ୍ଷା ବ୍ୟବସ୍ଥା। ପ୍ରତିଟି ମୁହୁର୍ତ୍ତର ଟିକିନିକି ଖବର ରଖାଯିବ। ମୂଲ୍ୟାୟନରେ କୈାଣସି ଅନିୟମତାକୁ ବରଦାସ୍ତ କରାଯିବ ନାହିଁ। ପ୍ରଥମେ କେବଳ ୧୦୧୯ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବାର ନିସ୍ପତି ନିଆଯାଇଥିଲା। ପ୍ରଥମ ଥର ପାଇଁ ମୂଲ୍ୟାୟନ କେନ୍ଦ୍ରରେ ଲାଗାଯିବ ସିସିଟିଭି। ସିସିଟିଭି ଲଗାଇବାକୁ ପରିଷଦର ଅଧ୍ୟକ୍ଷ୍ୟ ଅମରେନ୍ଦ୍ର ପ୍ରଧାନ ସମସ୍ତ ମୂଲ୍ୟାୟନ କେନ୍ଦ୍ରର ସୁପରଭାଇଜର ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ଶେଷ ହେବାର ୩ ସପ୍ତାହରୁ ଆରମ୍ଭ ହେବ ଖାତା ମୂଲ୍ୟାୟନ। ଉଭୟ ଅନଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ରରେ ଲଗାଯିବ ସିସିଟିଭି। ଷ୍ଟ୍ରଙ୍ଗରୁମରେ ମଧ୍ୟ ଲାଗିବ ସିସିଟିଭି। ମୂଲ୍ୟାୟନ ହେବାକୁ ଯାଉଥିବା ପରୀକ୍ଷା ଖାତା ଓ ମୂଲ୍ୟାୟନ ପରେ ପରୀକ୍ଷା ଖାତା, ରେଜଲ୍ଟ ରିପୋର୍ଟ ସବୁ ସିସିଟିଭିର କଏଦ ମଧ୍ୟରେ ରହିବ। ସବୁ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲାଗିବା ଅନିର୍ବାଯ୍ୟ। ସିସିଟିଭି ଫୁଟେଜ ଗୁଡିକୁ ସଂରକ୍ଷିତ ରଖାଯିବ, ଅଭିଯୋଗ ଆସିଲେ ଫୁଟେଜ ଯାଞ୍ଛ କରାଯିବ। ଏହାଦ୍ୱାରା ମୂଲ୍ୟାୟନ ସମୟରେ ପରିଷଦ କାର୍ଯ୍ୟାଳୟରୁ ମଧ୍ୟ ମନିଟରିଂ କରାଯାଇପାରିବ। ମାର୍ଚ୍ଚ ୭ ରୁ ୩୦ ମଧ୍ୟରେ ଯୁକ୍ତ ଦୁଇ କଳା,ବିଜ୍ଞାନ ଓ କଳା ପରୀକ୍ଷା ହେବାକୁ ଯାଉଛି। ଫେବ୍ରୁଆରୀ ୨୩ ସୁଦ୍ଧା ପରୀକ୍ଷା ହବ୍ ଗୁଡିକୁ ମରାମତି ନିମନ୍ତେ ନିର୍ଦେଶ ଦିଆଯାଇଛି। ଆବଶ୍ୟକତା ଅନୁଯାୟୀ ହବ୍ ଗୁଡିକୁ ମରାମତି କରିବା, ସ୍ୱଚ୍ଛତା ବଜାୟ ରଖିବା,ସିସିଟିଭି ଲଗାଇବା,ସୁରକ୍ଷା କଡାକଡି କରିବା ସହ ପାନୀୟ ଜଳର ବ୍ୟବସ୍ଥା ରଖିବାକୁ ନର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୁଲିସଙ୍କ ସହେଯାଗ ନେଇପାରିବେ। ଶ୍ରୀ ପଟ୍ଟନାୟକ ଶିକ୍ଷାନୁଷ୍ଠାନ ଗୁଡିକୁ ନିଜର ସୁରକ୍ଷାକର୍ମୀ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Post Your View

Leave a Reply

Your email address will not be published. Required fields are marked *

Back to top button