ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା;

ଉତେଜନା ଭିତରେ ସୀମାରୁ ବଡ ବାର୍ତା

ଚୀନ ସହ ସୀମା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ ହଠାତ ଲେହରେ ପହଞ୍ଚିଥିଲେ। ଆଜି ସକାଳେ ଚିଫ୍ ଅଫ୍ ଡିଫେନ୍‌ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଏବଂ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱଣେଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେହ‌ରେ ପହଞ୍ଚିଥିଲେ। ସେଠାରୁ ସେ ସିଧା ନିମୁ ଯାଇ ୧୪ କର୍ପସ୍ ମୁଖ୍ୟାଳୟରେ ପହଞ୍ଚିଥିଲେ।

ଭାରତର ସୀମାନ୍ତ ସୁରକ୍ଷିତ ରଖିବାକୁ ଲଦାଖରେ ମୁତୟନସେଠାରେ ଯବାନମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୧୩୦କୋଟି ଦେଶବାସୀ ଆପଣଙ୍କ ପାଇଁ ଗର୍ବିତ ଅନୁଭବ କରୁଛନ୍ତି। ତୁମର ସାହସ ଏବଂ ଶକ୍ତି ଆମର ନୂଆ ପିଢ଼ିକୁ ପ୍ରେରଣା ଦେଉଛି| ଗଲୱାନ ଘାଟିରେ ତୁମେମାନେ ଦେଖାଇଥିବା ସାହାସର ବାର୍ତ୍ତା ସମଗ୍ର ବିଶ୍ୱକୁ ଯାଇଛି | ତୁମେ ଯେପରି ସାହାସର ସହ ଶତ୍ରୁ ଆଗରେ ଠିଆ ହେଲ, ସେ ନେଇ ଏବେ ସାରା ବିଶ୍ବ ଏହି ସାହସୀ କିଏ? ସେମାନଙ୍କର ପ୍ରଶିକ୍ଷଣ କ’ଣ? ସେମାନଙ୍କର ବଳିଦାନ କ’ଣ?  ଜାଣିବାକୁ ଚାହିଁବା ସହ ବିଶ୍ବ ତୁମର ସାହସକୁ ବିଶ୍ଳେଷଣ କରୁଛି | ମୁଁ ତୁମକୁ ଏବଂ ତୁମକୁ ଜନ୍ମ ଦେଇଥିବା ମା ମାନଙ୍କୁ ପ୍ରଣାମ କରୁଛି | ଆଶା କରେ ସମସ୍ତେ ଖୁବ ଶୀଘ୍ର ସୁସ୍ଥ ହେବେ । ହୋଇଥିବା ଭାରତୀୟ ସେନାର ଯବାନମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଅଭିବାଦନ ଜଣାଇଥିଲେ। ଜୁନ୍ ୧୫ ତାରିଖରେ ଗଲ୍‌ୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷରେ ସହିଦ ହୋଇଥିବା ଯବାନଙ୍କ ପ୍ରତି ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Post Your View

Leave a Reply

Your email address will not be published. Required fields are marked *

Back to top button
Close