ରଜ ପାଇଁ କମିଶନରେଟ୍ ପୋଲିସର କଡ଼ା କଟକଣା

କରୋନା କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ ପୋଲିସ୍ ଆଜିଠୁ ଆରମ୍ଭ କରିଛି ସ୍ପୋଶାଲ ଡ଼୍ରାଇଭ୍ । ଆଗକୁ ରଜପର୍ବ ଆସୁଥିବାରୁ ଲୋକମାନେ ନିୟମ ନମାନି ବଜାରରେ ବୁଲିବାର ଅଧିକ ସମ୍ଭାବନା ରହିଛି ତେଣୁ ଏହାକୁ ଦୃଷ୍ଟିରେ ରଖି ପୋଲିସ୍ କଡ଼ାକଡ଼ି ଭାବେ ଦୋକାନ ବଜାରରେ ଯାଞ୍ଚ କରିବ ।ରଜ ପାଇଁ ପୋଲିସର କଟକଣା । ଟୁଇନ ସିଟିରେ ଆଜିଠୁ ପୋଲିସ କରିବ ସ୍ପେଶାଲ ଡ୍ରାଇଭ । ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରହିଛି । ନିୟମ ନ ମାନି ଲୁଗା ଦୋକାନ ଖୋଲିଲେ ସିଲ୍‌ ହେବ । ଲୁଚାଛପା ଭାବେ ଲୁଗାପଟା ବିକ୍ରି କଲେ ସିଲ୍‌ କରାଯିବ । ଆବଶ୍ୟକ ପଡ଼ିଲେ ଗିରଫ ହେବେ ଦୋକାନୀ । କରୋନା କଟକଣା ମାନିବାକୁ କଟକ-ଭୁବନେଶ୍ୱରବାସୀଙ୍କୁ ନିବେଦନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।ସୁଚନାଅନୁସାରେ ଆଜି ସାବିତ୍ରୀ ପୁଜା ଥିବାରୁ ଗତକାଲି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ତେଣୁ ଆଗକୁ ରଜ ଆସୁଥିବାରୁ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ପୋଲିସ୍ କର୍ମଚାରୀଙ୍କ ନିର୍ଦ୍ଦେଶ ଦିଆଯାଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button