ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କୋରାପୁଟ୍-ମାଲକାନଗିରି ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ଜବତ

ସେନାବାହିନୀଙ୍କୁ ମିଳିଲା ବଡ଼ ଧରଣର ସଫଳତା । କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । କୋରାପୁଟ-ମାଲକାନଗିରି ସୀମାନ୍ତ ମାଛକୁଣ୍ଡ ଥାନା ଅନ୍ତର୍ଗତ ସୀମାନ୍ତ ଜଙ୍ଗଲରେ ୧୫ରୁ ୨୦ ଜଣ ନକ୍ସଲ ଏକାଠି ହୋଇଥିବା ନେଇ ଖବର ମିଳିଥିଲା । ଏନେଇ ସ୍ଥାନୀୟ ଜଙ୍ଗଲରେ କୋରାପୁଟ ପୋଲିସ , DVF ଓ BSF ତରଫରୁ ମିଳିତ ଭାବେ ଅପରେସନ କରିଥିଲା ।, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତକିନ୍ତୁ ପୋଲିସ ଓ ଯବାନଙ୍କ ଅପରେସନ ପୂର୍ବରୁ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ ବୋଲି ଜଣାପଡିଥିଲା । ନକ୍ସଲମାନେ ଘଟଣାସ୍ଥଳରୁ ଖସିଯାଇଥିବା ହେଲେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଛାଡି ଯାଇଥିଲେ ।  ଜଙ୍ଗଲ ଭିତରେ ଅପରେସନ କରିବା ସମୟରେ ମାଓ ସାମଗ୍ରୀକୁ ଜବତ କରିଥିଲା ପୋଲିସ । ତେବେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ  ମାଓ ପୁସ୍ତିକା , ଫ୍ଳାସ ଲାଇଟ ଓ ମାଓ କ୍ୟାଡେରଙ୍କ ଫଟୋ ରହିଛି ।

, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ବିସ୍ଫୋରକକୁ ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିଲେ । ଯାହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଉଦ୍ଦ୍ୟେଶ ରଖାଯାଇଥିବା କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ ପ୍ରେସ୍‌ମିଟରେ ସୂଚନା ଦେଇଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button