ପୁନମ ପାଣ୍ଡେଙ୍କ ବଡ ନିଷ୍ପତି

ବାହାଘରକୁ ମାସେ ନ ପୁରୁଣୁ ସମ୍ପର୍କ ତୁଟେଇବାକୁ ଚାହୁଁଛନ୍ତି ପୁନମ ପାଣ୍ଡେ

ମଡେଲ ତଥା ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ବୟଫ୍ରେଣ୍ଡ ସାମ୍ ମହାମ୍ମଦ ବମ୍ବେଙ୍କୁ ବିବାହ କରିଥିଲେ । ହେଲେ ବିବାହର ମାତ୍ର ଦୁଇ ସପ୍ତାହ ପରେ ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ନବ ବିବାହିତା ପୁନମ ନିଜ ସ୍ୱାମୀ ସେମ ବମ୍ବେଙ୍କ ବିରୋଧରେ ମାରପିଟ ଓ ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ସେମ ବମ୍ବେଙ୍କୁ ଗିରଫ ମଧ୍ୟ କରିଥିଲା ପୋଲିସ । ହେଲେ ସେ କିଛିଦିନ ପରେ ଜାମିନରେ ଆସିଛନ୍ତି । ଅନ୍ୟପଟେ ପୁନମ ବିବାହ ବିଚ୍ଛେଦ କଥା ଚିନ୍ତା କରିଛନ୍ତି ।

, ପୁନମ ପାଣ୍ଡେଙ୍କ ବଡ ନିଷ୍ପତି

ବର୍ତ୍ତମାନ ପୁନମ ନିଜ ବିବାହକୁ ନେଇ କହିଛନ୍ତି ଯେ ଅଳ୍ପ ଦିନରେ ସେ ବହୁତ କିଛି ସହିଲେଣି ଆଉ ଆଗକୁ ଆଉ ସହି ପାରିବେନି । ବିବାହ ପରେ ଉଭୟଙ୍କ ସମ୍ପର୍କ ମଧୁର ହୋଇଯିବ ବୋଲି ସେ ଆଶା କରିଥିଲେ କିନ୍ତୁ ସେମିତି କିଛି ହୋଇନି ବୋଲି ସେ କହିଛନ୍ତି ।
ପୁନମ ପାଣ୍ଡେ ଏବଂ ସାମ୍ ଅହମଦ୍ ବମ୍ୱେ ସେପ୍ଟେମ୍ବର ୧୦ରେ ବିବାହ କରିଥିବା ନେଇ ସୋଶାଲ ମିଡିଆରେ ଘୋଷଣା କରିଥିଲେ। ଉଭୟ ନିଜ ହନିମୁନ ପାଇଁ ଗୋଆ ଯାଇଥିଲେ। ଲକଡାଉନ ବେଳେ ଜୁଲାଇ ୨୭ରେ ଉଭୟ ନିର୍ବନ୍ଧ କରିଥିଲେ। ସେପ୍ଟେମ୍ବର ୧ରେ ସେମାନେ ବିବାହ କରିଥିଲେ।

Post Your View

Leave a Reply

Your email address will not be published. Required fields are marked *

Back to top button