ଗୁରୁତର ହେଲେ ସାଉଥ ସୁପରଷ୍ଟାର ପ୍ରକାଶ ରାଜ

ସାଉଥର ନମ୍ବର ୱାନ୍ ଖଳନାୟକ ପ୍ରକାଶ ରାଜ । ସିଙ୍ଘମ, ଘିଲ୍ଲି, ୱାଣ୍ଟେଡ, ଅନ୍ନିୟା ଏବଂ ପୋକରି ଭଳି ଫିଲ୍ମ ପାଇଁ ପ୍ରସିଦ୍ଧ ଥିବା ପ୍ରକାଶ ରାଜ ଏବେ ଗୁରୁତର ହୋଇପଡିଛନ୍ତି । ତାଙଅକ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି । ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦରେ ଏକ ହସ୍ପିଟଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ନେଇ ସେ ନିଜେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ଏକ ଛୋଟ ସମସ୍ୟା… ଏକ ଛୋଟ ଅପରେସନ, ଅପରେସନ ପାଇଁ ହାଇଦ୍ରାବାଦ ଅଭିମୁଖେ ଯାଉଛି । ଚିନ୍ତା କରିବାର କିଛି ନାହିଁ .. ମୋ ପାଇଁ ପ୍ରାର୍ଥନା କରିବେ ।”, ଗୁରୁତର ହେଲେ ସାଉଥ ସୁପରଷ୍ଟାର ପ୍ରକାଶ ରାଜପ୍ରକାଶ ରାଜ ଆହତ ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ଖୁବ୍‌ଶୀଘ୍ର ଠିକ୍ ହୋଇଯାଆନ୍ତୁ ବୋଲି ପ୍ରଶଂସକମାନେ ପ୍ରାର୍ଥନା କରିଛନ୍ତି । ସୂଚନା ମୁତାବକ, ପ୍ରକାଶ ରାଜ ଏବେ ମୁଭି ଆର୍ଟିଷ୍ଟସ୍ ଆସୋସିଏସନ୍‌ର ସଭାପତି ପଦ ପାଇଁ ପ୍ରର୍ଥୀ ରୂପେ ନିର୍ବାଚନ ଲଢୁଛନ୍ତି । ହାଇଦ୍ରାବଦରେ ଏହି ସଭାପତି ପଦ ପାଇଁ ନିର୍ବାଚନ ହେବ ।

ହୀନ୍ଦୀ, ତେଲୁଗୁ, ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରୁ ଜଣେ ପ୍ରକାଶ ରାଜ । ତାଙ୍କୁ ଶେଷଥର ପାଇଁ ‘ନବରସା’ ଫିଲ୍ମରେ ଦେଖିବାକୁ ମିଳିଥିଲ।। ଆଗକୁ ତାଙ୍କର ଆହୁରି ଅନେକ ଫିଲ୍ମ ଆସିବାକୁ ଅଛି । ମେଜର, କେଜିଏଫ୍ -୨, ପୁଷ୍ପା, ଦୁଶମନ, ସରକାରୁ ବାରି ପାଟା ଏବଂ ପୋନ୍ନିୟିନ ସେଲବମରେ ସେ ନଜର ଆସିବେ । ଏହାସହ ଜଣେ ପ୍ରଶଂସକ ଲେଖିଛନ୍ତି, ଶୀଘ୍ର ସୁସ୍ଥ ହୁଅନ୍ତୁ, ଆମେ ଆପଣଙ୍କୁ ପରଦାରେ ଦେଖିବାକୁ ଚାହୁଁଛୁ, ହସ୍ପିଟାଲ ବେଡରେ ନୁହେଁ । ତେଲୁଗୁ ଅଭିନେତା ଓ ପ୍ରଯୋଜକ ବନ୍ଦଲା ଗଣେଶ ଏବଂ ନିର୍ଦ୍ଦେଶକ ନବୀନ ମୋହମେଦଲି ମଧ୍ୟ ତାଙ୍କ ସୁସ୍ଥ କାମନା କରିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button