ସୁନା ଆଣିବେ ଓଡିଆ ପୁଅ !

ଆଜି ଦିନ ୩ଟାରେ ଖେଳିବେ ଫାଇନାଲ ..

ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଏସ୍‌ଏଲ୍ ୩ରେ ଭାରତ ପାଇଁ ପଦକ ପକ୍କା କଲେ ପ୍ରମୋଦ ଭଗତ । ସେମିଫାଇନାଲରେ ଜାପାନକୁ ହରାଇ ଫାଇନାଲ୍‌କୁ ପ୍ରବେଶ କରିଛନ୍ତି ପ୍ରମୋଦ । ସେ ସେମିଫାଇନାଲ୍‌ରେ ଜାପାନର ଖେଳାଳି ଫୁଜିହାରାଙ୍କୁ ପରାସ୍ତ କରିଛନ୍ତି । ପ୍ରମୋଦ ସେମିଫାଇନାଲ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ୨୧-୧୧ ଏବଂ ୨୧-୧୬ରେ ପରାସ୍ତ କରିଛନ୍ତି । ଏହି ବିଜୟ ସହ ତାଙ୍କର ପଦକ ସୁନିଶ୍ଚିତ ହୋଇଛି ।, ସୁନା ଆଣିବେ ଓଡିଆ ପୁଅ !ପ୍ରଥମ ଥର ପାଇଁ ପାରା ଅଲିମ୍ପିକ୍ସରେ ଯୋଗଦେଇଥିବା ବେଳେ ଓଡିଶା ପାଇଁ ପାରା ଅଲିମ୍ପିକ୍ସରେ ପ୍ରଥମ ଖେଳାଳି ଭାବେ ସଫଳତା ଆଣିବେ ପ୍ରମୋଦ ଭଗତ । ୧୯୬୮ ରୁ ଭାରତ ପାରା ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରୁଥିବା ବେଳେ ପ୍ରଥମ ମାର୍କଣ୍ଡ ରେଡ୍ଡି ପାରା ଅଲିମ୍ପିକ୍ସ ଖେଳିଥିଲେ । ଦ୍ୱିତୀୟ ହେଉଛନ୍ତି ପ୍ରମୋଦ ଭଗତ । ଆଜିର ପ୍ରତିଯୋଗିତାର ପ୍ରାରମ୍ଭରେ ମନ୍ଥରତା ଦେଖାଇ ଭଗତ ୨-୪ ସ୍କୋର୍ କରିଥିଲେ । କିନ୍ତୁ , ପରେ କେତେଗୁଡିଏ ‘ଓଭର୍‌ହେଡ୍ ଡ୍ରପ୍‌’ ତାଙ୍କୁ ଉତ୍ତମ ପ୍ରଦର୍ଶନ କରିବାକୁ ସୁଯୋଗ ଦେଇଥିଲା । ଖେଳର ମଧ୍ୟାନ୍ତର ବେଳକୁ ଭାରତ ୧୧-୮ କୁ ପ୍ରବେଶ କରିବା ପୂର୍ବରୁ ଉତ୍ତୟ ଖେଳାଳି ୮-୮ ସ୍କୋର୍‌ରେ ରହି ପ୍ରତିଦ୍ୱନ୍ଦ୍ୱିତା ଚଳାଇଥିଲେ । ମଧ୍ୟାହ୍ନ ବିରତି ପରେ ଭଗତ ଉତ୍ତମ ନୈପୁଣ୍ୟ ପ୍ରଦର୍ଶନ କରି ଶେଷକୁ ସିଧାସଳଖ ୬ଟି ପଏଣ୍ଟ୍ ହାସଲ୍ କରିଥିଲେ । କହିବାକୁ ଗଲେ ଖେଳର ଦ୍ୱିତୀୟାର୍ଦ୍ଧ ଥିଲା କେବଳ ଭଗତଙ୍କୁ ପ୍ରଦର୍ଶନ ।, ସୁନା ଆଣିବେ ଓଡିଆ ପୁଅ !ଏବେ ଦେଖିବାକୁ ବାକି ରହିଲା ପ୍ରମୋଦ ଦେଶ ପାଇଁ କେଉଁ ରଙ୍ଗର ପଦକ ଆଣୁଛନ୍ତି । ଟୋକିଓ ପାରା ଅଲିମ୍ପିକ୍ସର ଏକାଦଶତମ ଦିନରେ ଆଜି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଜି ଭାରତର ବହୁ ଆଥଲେଟ୍ ଶୁଟିଂ, ବ୍ୟାଡମିଣ୍ଟନରେ ଦେଶ ପାଇଁ ପଦକ ଜିତିବେ ବୋଲି ଆଶା କରାଯାଉଛି । ଗତ ଦଶମ ଦିନରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ତିନୋଟି ପଦକ ଜିତିଥିଲେ । ଶିକ୍ରବାର ଦିନ ପ୍ରବୀଣ କୁମାର ହାଇ ଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ଅବନୀ ଲେଖାରା ମହିଳା ୫୦ ମିଟର ରାଇଫଲ ଚ-୩ ଝଐ-୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଏବଂ ତୀରନ୍ଦାଜ ହାର୍ବିନ୍ଦର ସିଂ ପୁରୁଷ ତୀରନ୍ଦାଜୀ ଏକକ ରକର୍ଭ ଇଭେଣ୍ଟରେ ହରବିନ୍ଦର ବ୍ରୋଞ୍ଚ୍ ମେଡାଲ ଜିତି ଇତିହାସ ସୃଷ୍ଟି କରିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button