ସବୁଠି ହେଲା ପ୍ରାର୍ଥନା

ଓଡିଶାରେ ଆରୋଗ୍ୟଙ୍କ ସଂଖ୍ୟା ପଚିଶ ହଜାରକୁ ବୃଦ୍ଧି 

ସାରା ଓଡିଶା କୋଭିଡ ଯୋଦ୍ଧାଙ୍କ ପାଇଁ କରିଛି ନିରବ ପ୍ରାର୍ଥନା  । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ପାଳନ କରିଛନ୍ତି ସାଢେ ଚାରିକୋଟି ଓଡିଆ  । ବୁଧବାର ସଂଧ୍ୟା 6 ଟାରୁ ଗୋଟିଏ ମିନିଟ୍ ପାଇଁ ସମସ୍ତେ ନିରବ ପ୍ରାର୍ଥନା କରିଛନ୍ତି  । ଯିଏ ଯେଉଁଠି ଥିଲା ସେହିଠି ରହି କରିଥିଲା ପ୍ରାର୍ଥନା  । ନବୀନ ନିବାସରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥନା କରିଥିଲେ  । ଲୋକସେବା ଭବନ, କମିଶନରେଟ ପୋଲିସ, ଏଜି ଅଫିସ ଭଳି ବିଭିନ୍ନ ବିଭାଗର ଅଫିସର, କର୍ମଚାରୀମାନେ ନିରବ ପ୍ରାର୍ଥନା କରିଥିଲେ  । କରୋନା ଭଳି ମହାମାରୀ ବର୍ତ୍ତମାନ ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ହୋଇ ଛିଡା ହୋଇଛି  । କରୋନା ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରହିଥିବା ବେଳେ ବୁଧବାର ଓଡିଶାରେ ଆରୋଗ୍ୟଙ୍କ ସଂଖ୍ୟା ପଚିଶ ହଜାର ଅତିକ୍ରମ କରିଛି  । ଆଉ ଏସବୁ ରାଜ୍ୟର  ହଜାର ହଜାର କୋଭିଡ ଯୋଦ୍ଧା ମାନଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ  ଅହର୍ନିଶି ସେବା ଯୋଗୁ ସମ୍ଭବ ହୋଇପାରିଛି । , ସବୁଠି ହେଲା ପ୍ରାର୍ଥନା

ଏହି ଭୟାନକ ଯୁଦ୍ଧରେ ସାମିଲ ହୋଇ ଅନେକ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି । ତାଙ୍କର ସ୍ମୃତି ଚାରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଢେ ଚାରି କୋଟି ଓଡିଆ ନିରବ ପ୍ରାର୍ଥନା କରିଛନ୍ତି  । ଏହାପରେ ଟିଭି ଓ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ମୁଖ୍ୟମନ୍ତ୍ରୀ  । କୋଭିଡ ଯୋଦ୍ଧାମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଏହି ଯୁଦ୍ଧରେ ଆମର ଦାୟିତ୍ୱ ପାଳନ କରିବା ନେଇ ଶପଥ ପାଠ କରାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଉ ଏହି ଯୁଦ୍ଧ ଜିତିବା ପାଇଁ ଏହାହିଁ ଶ୍ରେଷ୍ଠ ମାର୍ଗ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

 

Post Your View

Leave a Reply

Your email address will not be published. Required fields are marked *

Back to top button