ପ୍ରେମର ଦୂର ଗୀତ

କବି :- କେଦାର ମିଶ୍ର

“”” ପ୍ରେମର ଦୂର ଗୀତ “””
::: କବି :- କେଦାର ମିଶ୍ର :::

ଏ ବହିରେ ଥିବା ସବୁଯାକ କବିତା ଆପଣମାନଙ୍କୁ ପ୍ରେମର ଗୀତ ମନସାରା ଗୁଣୁଗୁଣୁ କରେଇବା ଥୟ.।ସିଧାସଳଖ ହୃଦୟ ପ୍ରଦେଶରେ ଚକା ମାଡ଼ି ବସିବ,ଆପଣ ବାଢିଦେବେ ନିଜକୁ ସଜ ବାଜ କରି କବିତା ପାଖରେ.।ବାସ୍ ତା ପରଠୁ ଆପଣ ସାରାଜୀବନ କେବଳ ପ୍ରେମର ଗୀତ ହିଁ ଗାଇବେ.।ଚେଷ୍ଟା କଲେ ହୁଏତ ଭୁଲିଯାଇପାରିବେ ନିଜକୁ କିନ୍ତୁ ପ୍ରେମକୁ ଆଉ ପ୍ରେମର ଗୀତକୁ ବିଲକୁଲ୍ ବି ନୁହେଁ.।
ଆପଣମାନେ ନିଶ୍ଚିତଭାବେ ପଢିଥିବେ ଏ କବିତା ବହି \”\”\”ପ୍ରେମର ଦୂର ଗୀତ\”\”\”ଟିକୁ ଯେଉଁମାନେ ପଢିନାହାନ୍ତି ସେମାନଙ୍କ ପାଇଁ ବହିରୁ କିଛି ଧାଡ଼ି…।।

\”ସାତ ବର୍ଷ ହେଲା ସମ୍ କୁ ଫେରିନାହିଁ ମାଦେଳିର ତାଳ/ଅଧାରେ ଅଟକିଛି ନାଚ ସାରକଂ ବୋଲ୍/ତମର କଟାକ୍ଷ ଚିରାରୁମାଲ୍ ହୋଇ ପଡ଼ିରହିଛି ଆଲଣାରେ/ସାତ ବର୍ଷ ହେଲା ମୁଁ ଉଇହୁକାଂ/ୠଷି କିମ୍ବା କବି ହେବାର ଚରମ ଅପେକ୍ଷାରେ.।।\”…..
………….

\”ସିନେମା ହଲ୍ ରୁ ଫେରି ତମେ ଲଗାଅ ମୋର ନମ୍ଵର୍/ମୁଁ ବ୍ୟସ୍ତ ଥାଏ ପଥର ସହ ଆଳାପରେ/ପଥର ଯାଚୁଥାଏ ମୋତେ ତା\’ର ଡାଳମାଳିକାର ଦେହ/ଏବେ ମୁଁ କ୍ରମଶଃ ମୁଗୁନି ପଥର ମୋଠୁ ଅପେକ୍ଷା କରନା ଉତ୍ତର.।।\”….
………..

\”ଏଇ ଗୀତ ଯେବେ ବି ବାଜିଛି ମୋବାଇଲ୍ ରେ/ମୁଁ ଦେଖୁଛି,ଗୋଟେ ଭାଂଗି ଯାଇଥିବା ପ୍ରେମ ଗୋଟେ ଦରଗଢା କିମ୍ବଦନ୍ତୀ/ଗୀତ ଶୁଣୁଥିବା ମୋ କାନରେ ବଢି ଉଠୁଥିବା କ୍ୟାକ୍ ଟସ୍ ମାନକୁଂ ଫୁଲ ଫୁଟେଇବାର କଳା ଶିଖଉଛି ଏହି ଗୀତ\”.।।\”….
…………

\”ଭାବୁଛି,ଆଜି ତୁମକୁ ଜାକି ଧରିବି ମୋର ଛାତିରେ ଓ ଫୁଟେଇବି ତୁମକୁ/ପ୍ରେମ କଣ ସତରେ ଏତେ ସହଜରେ ଗୁଳିପରି ଫୁଟିଯାଇ ପାରେ!\”.।\”…
………….

\”ପାର୍ଥନାର ଭାଷାରେ ତିଆରି ଏଇ ଜୀବନ/ପଥରର ଛାତି ଭିତରୁ ଫିଟିଆସୁ ଦେବଝରଣ ପରି/ସବୁ ପଥର ଅହଲ୍ୟା ହୋଇ ଠିଆ ହୁଅନ୍ତୁ ନିଷ୍ଠୂର ପୁରୁଷ ଓ ବାଟଭୁଲା ଈଶ୍ୱରଙ୍କ ଆଗରେ.।।\”…
…………..

Post Your View

Leave a Reply

Your email address will not be published. Required fields are marked *

Back to top button
Close