ତୃତୀୟ ଲହରର ମୁକାବିଲା ପାଇଁ ଆମେ ପ୍ରସ୍ତୁତ

ନିୟମ ମାନିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ..

କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜୋରଦାର ପ୍ରସ୍ତୁତି କରିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସରକାର ପ୍ରସ୍ତୁତିକୁ ଜୋରଦାର କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ।ଅନ୍ୟ ରାଜ୍ୟ, ଅନ୍ୟ ଦେଶରେ ସଂକ୍ରମଣ ବଢ଼ିଲାଣି । ସେହିଭଳି ଭାବେ ସଦାସର୍ବଦା ଆମକୁ ସତର୍କ ରହିବାକୁ ପଡ଼ିବ । ସାବଧାନ ରହିବାକୁ ପଡ଼ିବ । କମ୍ୟୁନିଟି କୁ ଅନୁରୋଧ କରିବୁ, ନିୟମ ମାନନ୍ତୁ । ତାହେଲେ ଆମେ କରୋନାକୁ ନିୟନ୍ତ୍ରଣ କରିପାରିବା ।, ତୃତୀୟ ଲହରର ମୁକାବିଲା ପାଇଁ ଆମେ ପ୍ରସ୍ତୁତତୃତୀୟ ଲହର ଆସୁ ବା ନ ଆସୁ ଆମେ ପ୍ରସ୍ତୁତ ରହିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଏହା ଭିତରେ ତୃତୀୟ ଲହର ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା ବେଳେ ଜେନେରାଲ ବେଡକୁ ବଢାଯାଇଛି । ଏପରିକି ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି । ଆବଶ୍ୟକୀୟ ଉପକରଣ, ଅକ୍ସିଜେନ, ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି । ଯେହେତୁ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି, ସେଥିପାଇଁ ଆବଶ୍ୟକ ଟ୍ରେନିଂ ଦିଆଯାଉଛି । ଉପରୁ ତଳସ୍ତର ଯାଏ ଡାକ୍ତର,ସ୍ୱାସ୍ଥ୍ୟ କର୍ମୀ ସମସ୍ତଙ୍କୁ ଟ୍ରେନିଂ ଦିଆଯାଉଛି ।, ତୃତୀୟ ଲହରର ମୁକାବିଲା ପାଇଁ ଆମେ ପ୍ରସ୍ତୁତସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଜେନେରାଲ ବେଡ଼ ଯେତିକି ବଢ଼ିବା କଥା ସେତିକି ବଢ଼ିଛି । ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି । ଉପକରଣ, ଅକ୍ସିଜେନ, ଭିତ୍ତିଭୂମି ମହଜୁଦ ରହିଛି । ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି । ଡ୍ରଗ୍ସ ଚାହିଦା ଅନୁଯାୟୀ ପୂର୍ବାପେକ୍ଷା ଅଧିକ ରହିଛି । ଯେହେତୁ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି, ତା ପାଇଁ ଆବଶ୍ୟକ ଟ୍ରେନିଂ ଦିଆଯାଉଛି । ଉପରୁ ତଳ ସ୍ତର ଯାଏ ସମସ୍ତଙ୍କୁ ଟ୍ରେନିଂ ଦିଆଯାଉଛି  । ତେବେ ତୃତୀୟ ଲହର ଆସୁ ବା ନ ଆସୁ ଏଥିପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Post Your View

Leave a Reply

Your email address will not be published. Required fields are marked *

Back to top button