ଭିଜିଲାନ୍ସ ଜାଲରେ ପଲିଟେକନିକ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ

ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍‌..

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ । ତାଙ୍କ ନାଁ ସୂର୍ଯ୍ୟନାରାୟଣ ରଥ । ଏହି ଅଭିଯୋଗକ୍ରମେ ଝାରସୁଗୁଡ଼ା ଏଲ୍‌. ଏନ୍‌ କଲେଜ ପାଖ ବାସଭବନ ସମେତ ଆଉ ଏକ ଘର, ସୁନ୍ଦରଗଡରେ ତାଙ୍କ ସ୍ତ୍ରୀ କାର୍ଯ୍ୟ କରୁଥିବା MI ଅଫିସ , କେନ୍ଦ୍ରାପଡ଼ା ବାସଭବନ, ଭାବନୀପାଟଣାରେ ଥିବା ସରକାରୀ ବାସଭବନ ଓ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଭିଜିଲାନ୍‌ସ ଚଡାଉ ଜାରି ରଖିଛି । ରେଡ୍ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।ଏହା ଛଡ଼ା ସୂର‌୍ୟ୍ୟନାରାୟଣଙ୍କର ଝାରସୁଗୁଡ଼ା ସ୍ଥିତ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି ।

 

Post Your View

Leave a Reply

Your email address will not be published. Required fields are marked *

Back to top button