ପ୍ରିୟଙ୍କା-ନିକ୍ ଛାଡପତ୍ର !

ମୁମ୍ବାଇ: ରାଜକୀୟ ବିବାହ ପରି ଖୁବ୍ ଧୁମଧାମର ସହ ଶେଷ ହୋଇଥିଲା ଏହି ଷ୍ଟାରଙ୍କ ବିବାହ। ମାତ୍ର ବିବାହର ୧୧୭ ଦିନ ପରେ ବଲିଉଡ୍‌ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍‌ ଜୋନ୍‌ସଙ୍କ ମଧ୍ୟରେ ଛାଡ଼ପତ୍ର ହେଉଛି ବୋଲି ଚମକେଇ ଦେବା ପରି ଖବର ପ୍ରକାଶ ପାଇଛି।ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଏବେ ନିକ୍ ଓ ପ୍ରିୟଙ୍କାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ପହଞ୍ଚାଇଛି। ୨୦୧୮ ମସିହା ଡିସେମ୍ବରରେ ପରସ୍ପରଙ୍କୁ ବିବାହ କରିଥିଲେ ଦୁହେଁ, ମାତ୍ର ୪ ମାସ ମଧ୍ୟ ସେମାନଙ୍କ ଅଲଗା ହେବା କଥାକୁ ପ୍ରଶଂସକ ବିଶ୍ୱାସ କରି ପାରିନାହାନ୍ତି ।

ଆମେରିକାରେ ପ୍ରକାଶିତ ‘ଓକେ’ ପତ୍ରିକାରେ ଏ ସଂପର୍କରେ ଖବର ପ୍ରକାଶ ପାଇବା ପରେ ଏହା ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ପାଲଟିଛି। କାମ, ପାର୍ଟି, ଏକତ୍ର ସମୟ ନ ବିତାଇ ପାରିବ ଆଦି ସମସ୍ୟା ଉପୁଜିବା ପରେ ସେମାନେ ପରସ୍ପରଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ବୋଲି ପତ୍ରିକାରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ଜୋନ୍‌ସଙ୍କୁ ପ୍ରିୟଙ୍କା ଜଣେ ଶାନ୍ତ ସ୍ୱଭାବର ମହିଳା ଲାଗୁଥିଲେ। ମାତ୍ର ବିବାହ ପରେ ନିକ୍‌ ତାଙ୍କର ରାଗ ପକ୍ଷଟା ଦେଖିବାକୁ ପାଇଲେ, ଯାହା ତାଙ୍କୁ ଆଘାତ ପହଞ୍ଚାଇଛି । ଏହା ହିଁ ତାଙ୍କ ଛାଡ଼ପତ୍ରର କାରଣ ବୋଲି ପତ୍ରିକାରେ ପ୍ରକାଶ ପାଇଥିଲା। ମାତ୍ର ଏହା ଗୁଜବ ବୋଲି ପରେ ଜାଣିବାକୁ ମିଳିଛି।

 

Post Your View

Leave a Reply

Your email address will not be published. Required fields are marked *

Back to top button