ଭୁବନେଶ୍ୱର ଏମ୍ସରେ ସ୍ଥାପନା ହେବ ECMO ମେସିନ୍

ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଭଲ ଖବର । ଏଣିକି ECMO ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ ।  ଖୁବଶୀଘ୍ର କୋଭିଡ଼ରେ ସଂକ୍ରମିତ ହୋଇ ଫୁସଫୁସ ସମସ୍ୟାର ଚିକିତ୍ସା ଏବେ ଭୁବନେଶ୍ୱର ଏମ୍ସରେ ହେବ । ଭୁବନେଶ୍ୱର ଏମ୍ସରେ ସ୍ଥାପନ ହେବ ଦୁଇଟି ECMO ମେସିନ୍ । ECMO ମେସିନ୍ କିଣିବା ପାଇଁ ଅର୍ଡର ଦିଆଯାଇଛି । ଖୁବ୍ ଶୀଘ୍ର ଏହାର ସ୍ଥାପନ ପାଇଁ ବ୍ୟବସ୍ଥା କରାଯାଉଛି । ପ୍ରଥମ ECMO ମେସିନ୍ ଚଳିତ ମାସ ଶେଷ ସୁଦ୍ଧା ବିତରଣ ଏବଂ  ସଂସ୍ଥାପିତ ହେବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । , ଭୁବନେଶ୍ୱର ଏମ୍ସରେ ସ୍ଥାପନା ହେବ ECMO ମେସିନ୍ECMO ଯୋଗାଣକାରୀ ସଂସ୍ଥା ଏହା  ନିଶ୍ଚିତ କରିଛନ୍ତି । ଏହି ECMO ମେସିନ୍ ଗୁଡିକ କ୍ରିଟିକାଲ୍ କୋଭିଡ଼ ରୋଗୀଙ୍କ ଚିକିତ୍ସା କରିବା ଏବଂ ବିଭିନ୍ନ ଆଇସିୟୁ ଗୁଡ଼ିକର ଅନ୍ୟାନ୍ୟ ଜଟିଳ ମାମଲା ପାଇଁ ବ୍ୟବହାର ହେବ ।ଏମ୍ସ ଭୁବନେଶ୍ବରରେ ବର୍ତ୍ତମାନ କିଛି ଅଧ୍ୟାପକ ECMO ମେସିନ୍ ପରିଚାଳନା ପାଇଁ ତାଲିମପ୍ରାପ୍ତ ଅଛନ୍ତି  ଏବଂ ସମାନ କାର୍ଯ୍ୟ କରିବା ପାଇଁ ଅନୁଷ୍ଠାନ ଅଧିକ ଟେକ୍‌ସିଆନ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିଛି । ଯାହା ଲୋକଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ, ବିଶେଷକରି ଯେଉଁମାନେ ବାହ୍ୟ ଚିକିତ୍ସା ପାଇଁ ସୂଚିତ । ଏ ନେଇ ଏମ୍ସ ଅଧିକ୍ଷକ ଡଃ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button