OYO ROOMହେଲା ପେଡ୍ କ୍ୱାରେଣ୍ଟାଇନ୍ ସେଣ୍ଟର

ଆପଣମାନେ ନିଶ୍ଚିତ ଭାବରେ ଆଗରୁ ଯାଇ ଓୟୋ ରୁମ୍‌ରେ ରହିଥିବେ । ଏହାସହ ଲୋକମାନେ ନିଜର ଅଫିସ୍ କାମ ବା କିଏ ନିଜ ପ୍ରେମିକା ସହିତ ଓୟୋ ରୁମ୍‌ରେ ରହିଥାନ୍ତି । ଆଗରୁ କୌଣସି ସ୍ଥାନରୁ ଲୋକ ଆସୁଥିଲେ ତାଙ୍କୁ ଠିକ୍ ଭାବରେ ହୋଟେଲ୍ ମିଳୁନଥିଲା । କିନ୍ତୁ ବର୍ତ୍ତମାନ ସମସ୍ତ ଗଳି କନ୍ତିରେ ଓୟୋ ରୁମ୍ ରହିଛି । ଜନସାଧାରଣଙ୍କୁ ମଧ୍ୟ କୌଣସି ଅସୁବିଧା ହେଉନାହଁ । କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଘରକୁ ମଧ୍ୟ ଯାଇପାରିନଥିଲେ ସରକାରଙ୍କ ଗାଇଡ ଲାଇନ୍ ଯୋଗୁ । କିନ୍ତୁ ବର୍ତ୍ତମାନ ସରକାର କରୋନା ମହାମାରୀର ଦ୍ୱିତୀୟ ପ୍ରଯାୟରେ ଲୋକମାନଙ୍କ ପାଇଁ ଅହୁରି ସୁବିଧା ନେଇ ଆସିଛନ୍ତି ।, OYO ROOMହେଲା ପେଡ୍ କ୍ୱାରେଣ୍ଟାଇନ୍ ସେଣ୍ଟରଓୟୋ ରୁମ ହେଲା ସଙ୍ଗରୋଧ କେନ୍ଦ୍ର । ଏଣିକି ଓୟୋ ରୁମରେ ସଙ୍ଗରୋଧରେ ରହିପାରିବେ ଲୋକେ । ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଣ୍ଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ଏଠାରେ ଲୋକ ଆବଶ୍ୟକୀୟ ଟଙ୍କା ଦେଇ ନିଜକୁ ସଙ୍ଗରୋଧରେ ରଖିପାରିବେ । ସେଠାରେ ତାଙ୍କ ସକାଳର ଜଳଖିଆ, ଦ୍ୱିପହର ଓ ରାତିର ଖାଇବା ମଧ୍ୟ ଉପଲବ୍ଧ ହୋଇପାରିବ ବୋଲି ବିଏମସି ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ।

, OYO ROOMହେଲା ପେଡ୍ କ୍ୱାରେଣ୍ଟାଇନ୍ ସେଣ୍ଟର

ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣ ବଢିବାକୁ ଲାଗିଛି । ବିଭିନ୍ନ ରାଜ୍ୟରୁ ପ୍ରବାସୀମାନେ ଏବେ ଘର ମୁହାଁ ମଧ୍ୟ ହେବାକୁ ଲାଗିଲେଣି । ଏପରି ସ୍ଥିତିରେ ସଂକ୍ରମଣକୁ ରୋକିବାକୁ ସରକାର ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି । ହେଲେ ସଙ୍ଗରୋଧ ଗୃହର ଅଭାବ ହେତୁ ଲୋକମାନେ ନାନାଦି ସମସ୍ୟା ଭୋଗୁଛନ୍ତି । ଏପରି ସମୟରେ ଓୟୋ ରୁମକୁ ବିଏମସି ସଙ୍ଗରୋଧ କେନ୍ଦ୍ର ଭାବେ ବାଛିଛି ।

, OYO ROOMହେଲା ପେଡ୍ କ୍ୱାରେଣ୍ଟାଇନ୍ ସେଣ୍ଟର

ଭୁବନେଶ୍ୱରର ୩ଟି ଓୟୋ ହୋଟେଲରେ ଏଥିପାଇଁ ମୋଟ ୪୦ଟି ବେଡର ବ୍ୟବସ୍ଥା କରାଯାଇଛି ।ବିଏମସି ତରଫରୁ ଏହି ହୋଟେଲମାନଙ୍କର ଫୋନ ନମ୍ବର ଓ ଠିକଣା ମଧ୍ୟ ଜାରି କରାଯାଇଛି । ଏହି ହୋଟେଲରେ ଲୋକମାନେ ନିଜକୁ ୧୦ ଦିନ ପାଇଁ ସଙ୍ଗରୋଧରେ ରଖିପାରିବେ ବୋଲି ବିଏମସି ତରଫରୁ ସୂଚନା ଦିଆଯାଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button