ଋିତିକ୍ ଙ୍କ ଆଙ୍ଗୁଠି କାଟିବାକୁ ଚାହୁଁଥିଲେ ବାପା ରାକେଶ ରୋଷନ୍

ନିଜ ଆକ୍ଟିଂ ଓ ଡ୍ୟାନ୍ସିଂ ସ୍କିଲରେ ଲୋକଙ୍କୁ ଦିୱାନା ବନାଉଥିବା ହ୍ରିତିକଙ୍କ ବିଷୟରେ ଏମିତି ଏକ ଖବର ଆମ ହାତରେ ଲାଗିଛି ଯାହାକୁ ଜାଣିବା ପରେ ଆପଣଙ୍କୁ ଜୋର ସେ ଝଟକା ଲାଗିବ। ଏହା ତ ସମସ୍ତେ ଜାଣନ୍ତି ହ୍ରିତିକ ରୋସନଙ୍କ ୧୦ଟି ନୁହେଁ ବରଂ ୧୧ଟି ଆଙ୍ଗୁଠି ଅଛି। ଏମିତି ଜଣେ କେହି ଥିଲେ ଯେ କି ହ୍ରିତିକଙ୍କ ଏହି ଆଙ୍ଗୁଠି କାଟିବାକୁ ଚାହୁଁଥିଲେ। କିଏ ସେହି ବ୍ୟକ୍ତି ଜଣଙ୍କ ଓ କାହିଁକି କାଟିବାକୁ ଚାହୁଁଥିଲେ ହ୍ରିତିକଙ୍କ ଆଙ୍ଗୁଠି  ଆସନ୍ତୁ ଜାଣିବା।

ବଲିଉଡରେ ସୁପରହିଟ ହେବାର କୈାଣସି ଫିକ୍ସ୍ ଫର୍ମୁଲା ନାହିଁ। କିନ୍ତୁ ସମସ୍ତ ଆକ୍ଟର ନିଜ ତରିକାରେ ବଲିଉଡରେ ନିଜ ସ୍ଥାନ ବନେଇବାକୁ ଚେଷ୍ଟା କରିଥାନ୍ତି। ନିଜ ନିଜ ଲୁକ ଉପରେ ସମସ୍ତ ଆକ୍ଟର ବେଶ୍ ଧ୍ୟାନ ଦେଇଥାନ୍ତି। ୨୦୦୦ ମସିହାରେ ହ୍ରିତିକ କହୋନା ପ୍ୟାର ହୈ ମୁଭି ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ।  ହ୍ରିତିକ ରୋଶନଙ୍କ ବାପା ରାକେଶ ରୋଶନ ଯେତେବେଳେ ହ୍ରିତିକଙ୍କୁ ବଲିଉଡରେ ଲଞ୍ଚ କରିବାକୁ ଯାଉଥିଲେ ହ୍ରିତିଙ୍କ ଗୁଡ ଲୁକ ସହ ୧୧ ନମ୍ବର ଆଙ୍ଗୁଠିକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଗୀତର ସୁଟିଂ ସମୟରେ ଫାଇଟିଂ ସିନରେ ହ୍ରିତିକଙ୍କ ୧୧ ନମ୍ବର ଆଙ୍ଗୁଠି ବାରମ୍ବାର ଫ୍ରେମକୁ ଆସୁଥିଲା। ସେ ଏହି ଆଙ୍ଗୁଠିକୁ ଲୁଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ। ସେଥିରେ ବିରକ୍ତ ହୋଇ ରାକେଶ ରୋଶନ ହ୍ରିତିକଙ୍କ ୧୧ ନମ୍ବର ଆଙ୍ଗୁଠିର ଅପେରେସନ କରିବାକୁ ସମସ୍ତ ପ୍ରସ୍ତୁତି କରି ସାରିଥିଲେ। କିନ୍ତୁ ହ୍ରିତିକଙ୍କ ମା ପିଙ୍କି ରୋସନଙ୍କୁ ଏହି କଥା ବିଲକୁଲ ପସନ୍ଦ ଆସି ନଥିଲା। ସେ ଏହା ଶୁଣିବା ମାତ୍ରେ ହସ୍ପିଟାଲ ଯାଇଥିଲେ ଓ ହ୍ରିତିକଙ୍କୁ ଆଙ୍ଗୁଠି କାଟିବାକୁ ମନା କରିଥିଲେ। ସେ କହିଥିଲେ ଭଗବାନ ଯଦି ହ୍ରିତିକକୁ ୧୧ଟା ଆଙ୍ଗୁଠି ଦେଇଛନ୍ତି ଯଦି ଭଗବାନ ତାକୁ ଏମିତି ଗଢିଛନ୍ତି ସେଥିରେ ଛେଡଖାନି କରିବାକୁ ଆମେ କିଏ? ଏହିପରି ଭାବେ ହ୍ରିତିକଙ୍କ ୧୧ ନମ୍ବର ଆଙ୍ଗୁଠି କଟା ହେବାରୁ ବଞ୍ଚି ଯାଇଥିଲା। ଏମିତିରେ ତ କୁହାଯାଏ ୧୧ଟା ଆଙ୍ଗୁଠି ଥିବା ଲୋକ ବେଶ୍ ଭାଗ୍ୟବାନ।

ହ୍ରିତିକଙ୍କ ଡେବ୍ୟୁ ଫିଲ୍ମ କହୋନା ପ୍ୟାର ହୈ ବ୍ଲକ ବାଷ୍ଟର ହେବା ସହ ଦର୍ଶକ ମଧ୍ୟରେ ହ୍ରିତିକ ମାନିଆ ଦେଖା ଦେଇଥିଲା। ଏହି ଫିଲ୍ମକୁ ୯୨ ଆୱାର୍ଡ ମିଳିଥିଲା ଓ ଏହି ଫିଲ୍ମ ୨୦୦୨ ମସିହାରେ ନିଜ ସ୍ଥାନ  ଗିନିସ ୱାର୍ଡ ରେକର୍ଡରେ ବନେଇ ପାରିଥିଲା।  ୧୯ ବର୍ଷ ପୂର୍ବେ ହ୍ରିତିକ ବଲିଉଡରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ହିଟ ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଡେବ୍ୟୁ ଠାରୁ ଏପର୍ଯ୍ୟନ୍ତ ହ୍ରିତିକ ନିଜ ଲୁକ ଓ ଡ୍ୟାନ୍ସ ପାଇଁ ସବୁବେଳେ ଫେମସ।

Post Your View

Leave a Reply

Your email address will not be published. Required fields are marked *

Back to top button
Close