ପରଦାରେ ପୁଣି ଏକାଠି ନଜର ଆସିବେ ଦୀପିକା-ରଣବୀର!

ରିୟଲ ଲାଇଫରେ ବୀପିକା ପାଦୁକୋନ ଓ ରଣବୀର କପୁର ଅନ୍ୟ କାହା ଜୀବନସାଥୀ ହୋଇ ପାରନ୍ତି କିନ୍ତୁ ପରଦା ଉପରେ ଏହି ଦୁଇ ଯୋଡିକୁ ଦଶର୍କ ଖୁବ ପସନ୍ଦ କରନ୍ତିା ଏହି ଯୋଡି ବଲଉଡ୍ ବକ୍ସ ଅଫିସରେ ନିଜ ଯାଦୁ ଅନେକ ମୁଭିରେ ଦେଖାଇଛନ୍ତି। ବଚନା ହୈ ହସିନୋଁ, ୟେ ଜବାନୀ ହେ ଦିବାନୀ, ତମାଶା ଆଦି ତାଙ୍କ ଅଭିନୀତ ହିଟ ଫିଲ୍ମା କିଛିଦିନ ପୂବର୍ରୁ ଏକ ବିଜ୍ଞାପନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା।, ପରଦାରେ ପୁଣି ଏକାଠି ନଜର ଆସିବେ ଦୀପିକା-ରଣବୀର! ଖବର ଅନୁଯାୟୀ ନିର୍ମାତା ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମରେ ଦୀପିକା ରଣବୀର ଅଭିନୟ କରିବାର ନିଷ୍ପତି ଏବେ ଚୁଡାନ୍ତ ପର୍ଯ୍ୟାୟରେ। କାହାଣୀ ପଢିବା ପରେ ଦୀପିକାକୁ ନେବାକୁ ରଣବୀର ଚାହିଁଥିଲେ। ପୂର୍ବରୁ ଅନୁରାଗଙ୍କ ଫିଲ୍ମ ବର୍ଫି ଓ ଜଗ୍ଗା ଜାସୁସରେ ରଣବୀର କାମ କରିସାରିଛନ୍ତି। କିନ୍ତୁ ଦୀପିକାଙ୍କ ପାଇଁ ଏହା ପ୍ରଥମ। ଦୀପିକା ବର୍ତ୍ତମାନ ଛପାକର ସୁଟିଂରେ ବ୍ୟସ୍ତ। ସେପଟେ ରଣବୀର ନିଜ ଫିଲ୍ମ ବ୍ରହ୍ମାସ୍ତ୍ର ସୁଟିଂରେ ବ୍ୟସ୍ତ। ଯଦି ସମ୍ଭବ ହୁଏ ପୁଣି ଏହି ଫେମସ୍ ଯୋଡିଙ୍କୁ ପରଦା ଉପରେ ଖୁବ ଶିଘ୍ର ଦେଖିବାକୁ ମିଳିବ।

Post Your View

Leave a Reply

Your email address will not be published. Required fields are marked *

Back to top button