ପୂଜା ନାଁରେ ପାପ କର୍ମ

ପୂଜା ଆଳରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ

ପୂଜା ପାଠ ଆଳରେ ଦୁଷ୍କର୍ମ । ସ୍ୱାମୀକୁ ଘରୁ ବିଦା କରି ସ୍ତ୍ରୀ ସହ ସମ୍ପର୍କ ରଖିବାକୁ ଉଦ୍ୟମ କରୁଥିଲେ ପୂଜକ । ଏଭଳି ଘଟଣା ମାଲକାନାଗିରି ଜିଲ୍ଲା ପଡିଆ ବ୍ଳକ ଟେକାଲଗୁଡା ଗାଁରେ ଘଟିଥିବା ଅଭିଯୋଗ ଆସିଛି । ଏହି ଗାଁର ଦେବାନନ୍ଦ ମାଡକାମି ନାମକ ଜଣେ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ଧରି ନାନା ସମସ୍ୟା ଲାଗି ରହୁଥିଲା । ଏହାର ସମାଦାନ ପାଇଁ ଏମ୍ ପି ଭି ୬୬ ଗାଁର ଅପୂର୍ବ ପାଲଙ୍କ ପରାମର୍ଶ ନେଇଥିଲେ ଦେବାନନ୍ଦ । ସମସ୍ୟା ଦୂର କରିବା ପାଇଁ ଘରେ ପୂଜାପାଠ କରି ଗ୍ରହ ଦୋଷ ଖଣ୍ଡନ କରିବାକୁ ସ୍ଥିର ହୋଇଥିଲା ।, ପୂଜା ନାଁରେ ପାପ କର୍ମଏଥିପାଇଁ ସଂଧ୍ୟାରେ ଦେବାନନ୍ଦଙ୍କ ଘରେ ପୂଜା ପାଠ କରାଯିବା ପରେ ଉଭୟ ସ୍ଵାମୀ ସ୍ତ୍ରୀ ଅପୂର୍ବଙ୍କ ସହ ଗୋଟିଏ କୋଠରୀରେ ଶୋଇଥିଲେ । ପରିବାରର ଅନ୍ୟ ସଦସ୍ୟ ଅଲଗା କୋଠରୀରେ ଶୋଇଥିଲେ । ତେବେ ଭୋର ସମୟରେ ପୂଜକ ଅପୂର୍ବ ଦେବାନନ୍ଦଙ୍କୁ ପୂଜା ସାମଗ୍ରୀକୁ ଘର ଠାରୁ ୨ କ.ମି. ଦୂରରେ ଫୋପାଡିବା ପାଇଁ କହିଥିଲେ । ପୂଜକଙ୍କ କଥାରେ ଦେବାନନ୍ଦ ଗାଁ ଠାରୁ ଦୂରକୁ ଚାଲିଯିବା ପରେ ଏହାର ସୁଯୋଗ ନେଇ ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା ଧମକ ଦେଇଥିବା ପରେ ଜଣାପଡିଥିଲା । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ନିଜେ ପୀଡିତା । ଏସବୁ ଘଟଣାକୁ ଏତଲାରେ ଉଲ୍ଲେଖ କରିଛି ସେ । ପୋଲିସ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଅପୂର୍ବ ପାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button