ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଜେଲ

ମିଥ୍ୟା ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଅଦାଲଙ୍କ ନିର୍ଦ୍ଦେଶ

ଜଣେ କଲେଜ ଛାତ୍ରଙ୍କୁ ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ସତବର୍ଷରୁ ଅଧିକ କାଳ ବିଚାରର ସମ୍ମୁଖୀନ ହେବାକୁ ପଡିଥିଲା । ପିଡିତା ଜନ୍ମକରିଥିବା ଶିଶୁଟି ଯୁବକଙ୍କର ନୁହେଁ ବୋଲି ଡିଏନଏ ପରୀକ୍ଷାରୁ ପ୍ରମାଣହବା ପରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଥିଲା । ଏହି ମିଥ୍ୟା ଅଭିଯୋଗରେ ତାଙ୍କର କ୍ୟାରିୟର ଏବଂ ନଷ୍ଟ କରିଛି ବୋଲି ମାମଲା ଦାଏର କରିଥିଲେ । ମିଥ୍ୟା ଅଭିଯୋଗ ହୋଇତିବା ଯୁବକଙ୍କ ନାମ ସନ୍ତୋଷ । ସନ୍ତୋଷଙ୍କ ଦାଏର କରିଥିବା ମାମଲାକୁ ଆଂଶିକଭାବେ ଗ୍ରହଣ କରି ଚେନ୍ନାଇର ଏକ ଅଦାଲତ ତାଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଲାଗି ମିଥ୍ୟା ଅଭିଯୋଗ କରିଥିବା ଝିଅ ଏବଂ ତାଙ୍କ ମାତା ପିତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

, ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଜେଲ

ସେ ଝିଅ , ତାର ମାତାପିତା ଏବଂ ମାମଲାର ତଦନ୍ତ କରୁଥିବା ସେକ୍ରେଟେରିଏଟ୍ କଲୋନି ଥାନା ଇନପ୍ପେକ୍ଟରଙ୍କ ଠାରୁ କ୍ଷତିପୂରଣ ବାବଦରେ ସନ୍ତୋଷ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ସନ୍ତୋଷଙ୍କ ଓକିଲ ସିରାଜୁଦ୍ଦିନ କହିଛନ୍ତି ଯେ ତାଙ୍କ ମହକିଲଙ୍କ ପରିବାର ଓ ସେ ଝିଅର ପରିବାର ପଡୋଶୀ ଅଟନ୍ତି । ସେମାନେ ଏକ ସମ୍ପ୍ରଦାୟର ହୋଇଥିବାରୁ ସନ୍ତୋଷ ଓ ସେ ଝିଅର ବିବାହ ସ୍ଥିର କରିଥିଲେ । ପରେ ଜମିବାଡି ବିବାଦ ପାଇଁ ଦୁଇ ପରିବାର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ସନ୍ତୋଷ ଏବଂ ତାଙ୍କ ପରିବାର ଲୋକ ଚେନ୍ନାଇର ଅନ୍ୟ ସ୍ଥାନକୁ ପଳାଇଥିଲେ । ପରେ ସନ୍ତୋଷ ଏକ ଇଞ୍ଜିନିୟରିଙ୍ଗ୍ କଲେଜରେ ବିଟେକ୍‌ରେ ନାମ ଲେଖାଇଥିବା ବେଳେ ସେ ଝିଅର ମା ଆସି ସନ୍ତୋଷ ମାଆ ବାଫାଙ୍କୁ କହିଥିଲେ ଯେ ସେ ଝିଅ କୁଆଁରିମାତୃତ୍ୟ ଲାଭ କରିଥିବାରୁ ସେମାନଙ୍କ ବିବାହ ଆୟୋଜନ କରିବା ଉଚିତ୍ । କିନ୍ତୁ ଝିଅ ସହିତ ସେପରି କୌଣସି ସମ୍ପର୍କ ନଥିବା କଥା ସନ୍ତୋଷ କହିବାରୁ । ସନ୍ତୋଷ ନାମରେ ଝିଅର ମାତା ପିତା ସନ୍ତୋହଙ୍କ ନାମରେ ଦୁଷ୍କର୍ମ ମାମାଲା ଦାଏର କରିଥିଲେ । ଫଳରେ ସନ୍ତୋଷଙ୍କୁ ଗିରଫ କରାଯାଇ ୯୫ ଦିନ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା ।

, ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଜେଲ

୨୦୧୦ ଫେବୃଆରି ୧୨ ତାରିଖରେ ସେ ଜାମିନରେ ଆସିଥିଲେ । ସେତେବେଳୁ ଝିଅଟି ପିଲା ଜନ୍ମ କରିସାରିଥିଲା । କିନ୍ତୁ ସେ ପିଲା ସନ୍ତୋଷଙ୍କର ନୁହେଁ ବୋଲି ଡିଏନ୍‌ଏ ପରିକ୍ଷାରୁ ଜଣାପଡିଲା ପରେ ରେନ୍ନାଇର ଏକ ମହିଳା ଅଦାଲତ ସନ୍ତୋଷଙ୍କୁ ଦୋଷମୁକ୍ତ କରିଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button