ପ୍ରବାସୀଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳ

ଆଜିଠୁ ରେଳ ଷ୍ଟେସନ ଓ ବିମାନବନ୍ଦରରେ ବିମଏସି ପକ୍ଷରୁ ଜୋରଦାର ଚେକିଂ ..

ଗତ ବର୍ଷ କରୋନା ମହାମାରୀ ପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ଚଳିତ ବର୍ଷ ମଧ୍ୟ ସେହି ପରିସ୍ଥିତି ସୃଷ୍ଟି ହେବାରେ ଲାଗିଲାଣି । ଏହାସହ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହେଲାଣି । ପୁଣି କରୋନା ମହାମାରୀ ତାର କାୟ ବିସ୍ଥାର କରିବାରେ ଲାଗିଲାଣି । ଏହି ମହାମାରୀଟି କରୋନାର ଦ୍ୱିତୀୟ ପ୍ରକୋପ ପା କରୋନାର ଦ୍ୱିତୀୟ ପାଟ୍ ବୋଲି ମଧ୍ୟ କୁହାଯାଉଛି । ଏହା କରୋନାର ପ୍ରଥମ ଭାଇରସଠୁବି ଆହୁରି ଭୟାନକ । ତେବେ ରାଜ୍ୟରେ କରୋନା ମହାମାରୀର ଟିକାକରଣ ମଧ୍ୟ ଜୋର ଦାର ଚାଲିଛି । କିନ୍ତୁ ଏହା ସତ୍ୱବି କରୋନା ମହାମାରୀର ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ଅନେକ କଠୋର ପଦକ୍ଷପ ନେଲେଣି । କଟକଣାକୁ ମଧ୍ୟ ଆହୁରି କଡାକଡି କରାଗଲା । କିପରି ଭାବରେ କରୋନା ମହାମାରୀର ସଂକ୍ରମଣକୁ ରୋକିବେ ତାହା ମଧ୍ୟ ଚିନ୍ତା କରାଯାଉଛି ।

, ପ୍ରବାସୀଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳ
 

ଆଜିଠୁ ଓଡିଶାରେ ପ୍ରବେଶ ପାଇଁ ପ୍ରବାସୀଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳ । ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଥିଲେ ପ୍ରବାସୀଙ୍କ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଏଥିପାଇଁ ରେଳ ଷ୍ଟେସନ ଓ ବିମାନବନ୍ଦରରେ ବିମଏସି ପକ୍ଷରୁ ଜୋରଦାର ଚେକିଂ କରାଯାଉଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ସଂକ୍ରମଣ ରୋକିବା ପାଇଁ ଯାତ୍ରୀଙ୍କୁ ଯାଂଚ କରାଯାଉଛି । ଏହାସହ ବାଣୀବିହାର ଉକ୍ରଳ ବିଶ୍ୱ ବିଦ୍ୟାଳୟରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି । ଏହାସହ ମାର୍କେଟ ବିଲଡିଂରେ ହେଉଥିବା ଭିଡ ଉପରେ ମଧ୍ୟ ବିଏମସି ପକ୍ଷରୁ ନଜର ରଖାଯାଇଛି ।, ପ୍ରବାସୀଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳସେପଟେ ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସେହି ହିସାବରେ ରାଜ୍ୟବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ଅତିଜରୁରୀ ନଥିଲେ ଡାକ୍ତରଖାନା ନଯିବା ପାଇଁ କୁହାଯାଇଛି । କରୋନା ଗତିରେ ବ୍ରେକ୍ ଲଗାଇବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି । ସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଇ ଦିଆଯାଉଛି । ନିହାତି ଜରୁରୀ ନଥିଲେ ଡାକ୍ତରଖାନାକୁ ଆସନ୍ତୁ ନାହିଁ କି ଘରକୁ କରୋନା ନେଇ ଯାଆନ୍ତୁ ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।ସେପଟେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଡାକ୍ତରଖାନା ପାଇଁ ଏକ ଗାଇଡଲାଇନ୍ ଜାରି କରାଯାଇଛି । ଅତି ଜରୁରୀ ନଥିଲେ ଅସ୍ତ୍ରୋପଚରା କରାଯିବ ନାହିଁ, କି ସେବା ଯୋଗାଇ ଦିଆଯିବ ନାହିଁ । ଡାକ୍ତରଙ୍କୁ କୁହାଯାଇଛି, ଓପିଡିକୁ ଆସୁଥିବା ରୋଗୀଙ୍କୁ ବାରମ୍ବାର ଡାକିବେ ନାହିଁ । ରୋଗୀଙ୍କୁ ଦେଖି ଔଷଧ ଦେଇ ୭ରୁ ୧୦ ଦିନ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡାକିବାକୁ ପରାମର୍ଶ ଦିଆଯାଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button