ଆଜି ସଚ୍ଚି ରାଉତରାୟଙ୍କ ଜନ୍ମ ଜୟନ୍ତୀ

 

ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ପୁରୀ ଜିଲ୍ଲା ଅନ୍ତର୍ଗତ ଖୋର୍ଧା ନିକଟବର୍ତୀ ଗୁରୁଜଙ୍ଗ ଗ୍ରାମରେ ୧୯୧୩ ମସିହା ମଇ ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ . ଆଧୁନିକ ଓଡିଆ ସାହିତ୍ୟରେ କବିତା ଏବଂ , ଗଳ୍ପ ଲେଖନୀ କ୍ଷେତ୍ରରେ ତାଙ୍କର କୃତି ଅବର୍ଣନୀୟ . ସେ ପଲ୍ଲୀ ଜୀବନକୁ ଆଧାର କରି ଲେଖିଥିବା କବିତା ସବୁ , ଓଡିଆ ସାହିତ୍ୟ ଭଣ୍ଡାରରେ ରତ୍ନ ସଦୃଶ . ଦେଖିବାକୁ ଗଲେ କବିତା ଅପେକ୍ଷା ଗଳ୍ପ ଲିଖନିରେ ତାଙ୍କର କଳାଚାତୁରୀ ବେସ୍ ସ୍ପଷ୍ଟ ଭାବରେ ବାରିହୋଇପଡେ . ମାଟି ମଣିଷର କଥା, ଭୋକ ଭୂଗୋଳର କଥା, ଲୁହ ଲହୁର କଥା ତାଙ୍କ କଲମ ମୂନରୁ ରାଶି ରାଶି କାବ୍ୟ କବିତା ମାଧ୍ୟମରେ ଝରିଯାଇଛି . ସେ ତାଙ୍କର ସାହିତ୍ୟ କୃତି ପାଇଁ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ ହେବା ସହ, ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି, ତା ସହିତ ସାହିତ୍ୟ ଏକାଡେମୀ ତରଫରୁ ମଧ୍ୟ ସମ୍ମାନିତ ହୋଇଛନ୍ତି …

Post Your View

Leave a Reply

Your email address will not be published. Required fields are marked *

Back to top button
Close