କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କରୋନା

ନିକଟରେ ଇଣ୍ଡିଆ ଲିଜେଣ୍ଡ୍ସକୁ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଚାମ୍ପିୟନ କରାଇଥିବା କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଆଜି ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ସେ ଏବେ ହୋମ କ୍ୱାରେଣ୍ଟାଇନରେ ଥିବା ମଧ୍ୟ କହିଛନ୍ତି।, କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କରୋନାବର୍ତ୍ତମାନ ସେ ନିଜକୁ ସଙ୍ଗରୋଧରେ ରଖିଛନ୍ତି  ଏବଂ ସମସ୍ତ କରୋନା ନିୟମ ପାଳନ କରୁଛନ୍ତି । ପରିବାରର ସମସ୍ତଙ୍କର କରୋନା ପରିକ୍ଷା ହୋଇଥିବା ବେଳେ କେବଳ ସଚିନ୍ ଙ୍କୁ ଛାଡ଼ି ଆଉ ସମସ୍ତଙ୍କର କରୋନା ନେଗେଟିଭ୍ ଥିବା ସୁଚନା ମିଳିଛି ।ତେବେ କରୋନା ଦ୍ୱିତୀୟ ଲହର ଅତ୍ୟନ୍ତ ମାରାତ୍ମକ ତେଣୁ ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ସତର୍କ ହୋଇ ରହିବା ପାଇଁ ସୁଚିନ୍ ଅନୁରୋଧ କରିଛନ୍ତି । , କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କରୋନାସଚିନଙ୍କୁ ନିକଟରେ ରାୟପୁରରେ ଚାଲିଥିବା ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଦେଖାବାକୁ ମିଳିଥିଲା। କ୍ରିକେଟର ଭେଟରାନମାନଙ୍କୁ ନେଇ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସ ଶ୍ରୀଲଙ୍କା ଲିଜେଣ୍ଡସକୁ ହରାଇ ଚାମ୍ପିୟନ ହୋଇଥିଲା। ଇଣ୍ଡିଆ ଲିଜେଣ୍ଡ୍ସର କମାଣ ସଚିନ ତେନ୍ଦୁଲକର ଧରିଥିଲେ। ଟୁର୍ଣ୍ଣାମେଣ୍ଟରେ ସଚିନଙ୍କ ବ୍ୟାଟରୁ ମଧ୍ୟ ରନ୍‌ ବର୍ଷା ହୋଇଥିଲା।, କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କରୋନାସୂଚନାଯୋଗ୍ୟ, ଦିନକୁ ଦିନ ଦେଶରେ କରୋନା ସ୍ଥିତି ପୁଣି ବେକାକୁ ହେବାକୁ ବସିଲାଣି। ସ୍ଥିତି ଏପରି ହୋଇଛି ଯେ ଦୈନିକ ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତବର୍ଷ ଯେଉଁଭଳି ଭାବେ କରୋନା ତା’ର ଫଁ ଦେଖାଉଥିଲା ଏବେ ମଧ୍ୟ ଅନରୂପ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

Post Your View

Leave a Reply

Your email address will not be published. Required fields are marked *

Back to top button