ସଲ୍‌ମାନ୍‌ଙ୍କ ରିପୋର୍ଟ ନେଗେଟିଭ୍

ମୁମ୍ବାଇ – କରୋନା ମହାମାରୀରେ ଅନେକ ତାରକା ମଧ୍ୟ ସଂକ୍ରମିତ ହୋଇଛନ୍ତି । ତେବେ ପ୍ରଥମେ ବଚନ ପରିବାରର ସବୁ ସଦଶ୍ୟ ମାନେ କରୋନାରେ ପିଡିତ ହୋଇଥିଲେ । ଏହାସହ ଅନେକ ଅଭିନେତା ବା ଅଭିନେତ୍ରୀ ମାନେ ମଧ୍ୟ କରୋନା ରେ ପଡିତ ହୋଇ ସୁସ୍ଥ ହୋଇଛନ୍ତି । ତେବେ ଗତ କାଲି ଏକ ଖବର ଶୁୁଣିବାକୁ ମିଳିଥିଲା କରୋନା ମହାମାରୀ ଭାଇଜାନଙ୍କ ଘରେ ମଧ୍ୟ ପ୍ରବେଶ କରିଛି । ଭାଇଜାନ ସଲମାନ୍ ଖାନ୍‌ଙ୍କ ଦୁଇଜଣ କର୍ମଚାରୀ ଓ ଡ୍ରାଇଭର୍ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ଭାଇଜାନ ନିଜକୁ ସଙ୍ଗରୋଧରେ ରଖିଥିଲେ । ଏହି ଖବର ବାହାରକୁ ଆସୁ ଆସୁ ବିଗ୍ ବସ୍‌ର ଉପସ୍ଥାପନ ସଲ୍‌ମାନ କରିବେ କି ନାହିଁ ବୋଲି ଚର୍ତ୍ତା ଆରମ୍ଭ ହୋଇଯାଇଥିଲା । ତେବେ ବର୍ତ୍ତମାନ ପ୍ରଶଂସକମାନେ ଜାଣି ଖୁସି ହେବେ ଯେ ସଲ୍‌ମାନ୍ ଓ ତାଙ୍କ ପରିବାରର କରୋନା ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଛି ।

, ସଲ୍‌ମାନ୍‌ଙ୍କ ରିପୋର୍ଟ ନେଗେଟିଭ୍
ନିଜ କର୍ମଚାରୀମାନେ କରୋନା ସଂକ୍ରମିତ ହେବା ଖବର ଶୁଣୁଶୁଣୁ ସଲମାନ ନିଜକୁ ଓ ନିଜ ପରିବାରଲୋକଙ୍କୁ ସଙ୍ଗରୋଧରେ ରଖିବା ସହ ସମସ୍ତଙ୍କର କରୋନା ପରୀକ୍ଷା ମଧ୍ୟ କରାଇଥିଲେ । ତେବେ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କ ପରିବାର ଆଶ୍ୱସ୍ତ ହୋଇଛି । ଅନ୍ୟପଟେ ଆଗରୁ ଖବର ଥିଲା କି ସଲ୍‌ମାନ୍ ନିଜକୁ ୧ ସପ୍ତାହ ପର୍ଯ୍ୟନ୍ତ ସଙ୍ଗରୋଧରେ ରଖିବେ । କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିଥିବାରୁ ସେ ଏବେ ବିଗ୍ ବସ୍ ସୁଟିଙ୍ଗ୍‌କୁ ଫେରିବେ ବୋଲି ସୂଚନା ମିଳିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button