ସଲାମ କରୋନା ଯୋଦ୍ଧା

୬୧ ବର୍ଷ ବୟସରେ ଯୁଦ୍ଧ ହାରିଗଲେ ଡାକ୍ତର ଶିଶିର କୁମାର

କରୋନା ମହାମାରୀ କବଳରେ ପୁରା ବିଶ୍ୱ । ଏହାର ପ୍ରକୋପ କାହା ଉପରେ କେତେବେଳେ ପଡୁଛି ତାହା କହିବା ସମ୍ଭବ ନୁହେଁ । ଏବେବି ବିଶ୍ୱସ୍ତରରେ କରୋନା ସହ ଲଢେଇ ଜାରି ରହିଛି । କରୋନା କବଳରୁ କିଏ ମୁକୁଳି ଯାଉଛିତ ଆଉ କିଏ ଜୀବନ ଯୁଦ୍ଧରେ ହାରିଯାଉଛି । ଓଡିଶାରେ ଅନେକ ଯୋଦ୍ଧାଙ୍କ ଜୀବନ ନେଲାଣି ଏହି ମହାମାରୀ କରୋନା । ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ବି ଏହି ଲଢେଇରେ ହାରିଯାଉଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଜଣେ ଯୋଦ୍ଧା କରୋନା ଲଢେଇରେ ହାରିଯାଇଛନ୍ତି । କରୋନା ଯୋଦ୍ଧା ଡାକ୍ତର ଶିଶିର କୁମାର ସାବତ । ୬୧ ବର୍ଷ ବୟସରେ ଜୀବନ ନେଇଛି କୋରୋନା । କରୋନା ଯୁଦ୍ଧରେ ଲଢେଇ କରିବା ପାଇଁ ସେ ସାଜିଥିଲେ ଯୋଦ୍ଧା ।, ସଲାମ କରୋନା ଯୋଦ୍ଧା ହେଲେ କିଏ ଜାଣିଥିଲା ସେ ବି କରୋନା କବଳରେ ପଡିଯିବେ । ଆଉ ତାଙ୍କୁ ମାରିଦେବ ଏହି ଘାତକ ମହାମାରୀ । ସତରେ କୋରୋନା ଯୁଦ୍ଧରେ ସେ ହାରିଯାଇଛନ୍ତି । ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିଲେ ଡାକ୍ତର ଶିଶିର କୁମାର ସାବତ । ଗତ ୧୪ ତାରିଖରେ ତାଙ୍କର କୋଭିଡ ଟେଷ୍ଟ ହୋଇଥିବା ବେଳେ ୧୫ ତାରିଖ ଦିନ ରିପୋର୍ଟ୍ ପଜିଟିଭ ଆସିଥିଲା । ଏହାପରେ କରୋନାକୁ ହରାଇବା ପାଇଁ ଲଢେଇ ଆରମ୍ଭ କରିଥିଲେ । ହେଲେ ଦୁଇ ଦିନର ଲଢେଇ ପରେ ହାରିଗଲେ ସେ । ତାଙ୍କ ପାର୍ଥୀବ ଶରୀରକୁ ଉପଖଣ୍ଡ ଚିକିତ୍ସାଳୟ ପରିସରେ ଗାର୍ଡ ଅପ୍ ଅନର୍ ଦିଆଯାଇଥିଲା । ଉପଜିଲ୍ଲାପାଳଙ୍କ ସହିତ ପ୍ରଶାସନିକ ଅଧିକାରୀ ଏବଂ ଚିକିତ୍ସାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଯୋଦ୍ଧାଙ୍କୁ ସଲାମ କରିଥିଲେ । ଏହାରି ଭିତରେ ତାଙ୍କ ପରିବାରକୁ ସରକାରୀ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା । ତେବେ ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ଏହି ମହାମାରୀ କରୋନା କେବେ ଦୂର ହେବ ।

Post Your View

Leave a Reply

Your email address will not be published. Required fields are marked *

Back to top button