ଆଇପିଏଲରେ ଡ୍ରଗ୍ସ କାରବାର

ଅଭିନେତ୍ରୀ ସାର୍ଲିନ୍‌ ଚୋପ୍ରା କଲେ ଖୁଲାସା

ବଲିଉଡରେ ବର୍ତମାନ ଡ୍ରଗ୍ସ କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ପକ୍ଷରୁ ଲଗାତାର ବଲିଉଡର ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଜେରା କରାଯାଉଛି । ବଡ ବଡ ସେଲିବ୍ରୀଟିଙ୍କୁ ନେଇ ଜେରା ଚାଲିଛି । ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ରିକୁଲଙ୍କ ଭଳି ଅନେକ ବଲିଉଡ ଆକଟରଙ୍କୁ ନାର୍କୋଟିକ୍ସ ବ୍ୟୁରୋ ପକ୍ଷରୁ ସମନ୍ ଜାରୀ ହୋଇଛି । ଏହା ମଧ୍ୟରେ ବଲିଉଡ ଅଭିନେତ୍ରୀ ତଥା ମଡେଲ ସାର୍ଲିନ ଚୋପ୍ରା ଏକ ଆଶ୍ଚର୍ଯ୍ୟ ଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି, କେବଳ ବଲିଉଡରେ ନୁହଁ ବରଂ ଆେଇପିଏଲରେ ମଧ୍ୟ ଡ୍ରଗ୍ସ ଜୋରଦାର ଚାଲିଛି ।

, ଆଇପିଏଲରେ ଡ୍ରଗ୍ସ କାରବାର

ସେ କହିଛନ୍ତି ଆଇପିଏଲରେ ଏକ ନିର୍ଦ୍ଧିଷ୍ଟ ମ୍ୟାଚ୍ ପରେ ଖେଳାଳୀଙ୍କ ପତ୍ନୀ ଏବଂ କିଛି ବଲିଉଡ ଷ୍ଟାର ମାନଙ୍କ ପତ୍ନୀ ମିଳିତ ଭାବେ କୋକେନ ସେବନ କରନ୍ତି । ତେବେ ଏହି ଘଟଣା କେଉଁ ସିଜିନ ର ବୋଲି ସେ ସ୍ୱଷ୍ଟ କରିନାହାନ୍ତି । ଏହା ସହ ସେ କହିଛନ୍ତି, ମତେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ପକ୍ଷରୁ ଯଦି ଜେରା କରାଯାଏ ତେବେ ମୁଁ ସମ୍ପୂର୍ଣ୍ଣ ଘଟଣା କହିବି । ସେ କହିଛନ୍ତି ଯେ ମ୍ୟାଚ୍ ପରେ ୱାସ୍ ରୁମରେ ବଲିଉଡ ଷ୍ଟାର ପତ୍ନୀଙ୍କ ସହିତ ଖେଳାଳୀଙ୍କ ପତ୍ନୀ କୋକେନ ନେଇଥାନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button