ମାଲକାନଗିରିରେ ଗଡିଲା ଶିଶୁ ସୁରକ୍ଷା ରଥ

ଶିଶୁଙ୍କ ଯତ୍ନ ଓ ସୁରକ୍ଷାକୁ ନେଇ ବାଣ୍ଟିବ ସଚେତନତା ବାର୍ତ୍ତା

ମାଲକାନଗିରି ଜିଲ୍ଲାରେ ଗଡିଲା ଶିଶୁ ସୁରକ୍ଷା ରଥ । ଏହି ରଥ ଗଡିବା ପୂର୍ବରୁ ପୂଜାର୍ଚ୍ଚନା କରାଯାଇ ଉଦଘାଟନ କରାଯାଇଥିଲା । ମାଲକାନଗିରି ଜିଲ୍ଲାପାଳ ଡାକ୍ତର ଯୁଦୁଲା ବିଜୟ ପ୍ରଥମେ ଗୁରୁବାର ଦିନ ଏହି ଶିଶୁ ସୁରକ୍ଷା ରଥକୁ ଉଦ୍‌ଘାଟନ କରିଥିଲେ । ଏହାପରେ କାଲିମେଳା ବ୍ଲକରେ କାଲିମେଳା ବିଡ଼ିଓ ଉମାଶଙ୍କର ଦଳେଇ, ତହସିଲଦାର, ବ୍ଲକ ଅଧ୍ୟକ୍ଷ ଏବଂ କାଲିମେଳା ବ୍ଲକ ଶିଶୁ ବିକାଶ ଅଧିକାରୀ ସମେତ ଅନ୍ୟମାନେ ଉପସ୍ଥିତ ରହି ରଥକୁ ଉଦଘାଟିତ କରିଥିଲେ । ଏହି ରଥ ବଡଦାଣ୍ଡରେ ନୁହେଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିକ୍ରମା କରିବ ।, ମାଲକାନଗିରିରେ ଗଡିଲା ଶିଶୁ ସୁରକ୍ଷା ରଥ ଜିଲ୍ଲାରେ ୭ ଦିନ ଧରି ଏହି ରଥ ପରିକ୍ରମା କରି ଝିଅମାନଙ୍କ ପାଇଁ ସଚେତନତା ବାର୍ତ୍ତା ବାଣ୍ଟିବ । ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଶିଶୁ ଯୌନ ଶୋଷଣ ବନ୍ଦ, ଶିଶୁ ସୁରକ୍ଷା ଅଧୁକାର, ଶିକ୍ଷାର ଉନ୍ନତି, ଅନାଥ ଶିଶୁଙ୍କ ଥଇଥାନ ଓ ଗ୍ରହଣ, ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କରେ ଏହି ରଥ ଲୋକଙ୍କୁ ସଚେତନ କରାଇବ । ସଚେତନତା ଅଭାବରୁ ଲୋକମାନେ ଅଳ୍ପ ବୟସରେ ଝିଅମାନଙ୍କୁ ବିବାହ ବନ୍ଧନରେ ବାନ୍ଧି ଦେଉଛନ୍ତି । ଫଳରେ ବିବାହ ପରେ ଝିଅଟି ଅନେକ ସମସ୍ୟାରେ ସମ୍ମୁଖିନ ହେଉଥିବା ଦେଖିବାକୁ ମିଳେ । ଆଗାମୀ ଦିନରେ ଏହା କିଭଳି ପରିବର୍ତ୍ତନ ହେବ ତାକୁ ନେଇ ଜିଲ୍ଲାରେ ସଚେତନତା ବାର୍ତ୍ତା ବାଣ୍ଟିବ ଏହି ଶିଶୁ ସୁରକ୍ଷା ରଥ । ଜିଲ୍ଲାବାସୀ ଶିଶୁଙ୍କ ଯତ୍ନ ଓ ସୁରକ୍ଷାକୁ ନେଇ ସଚେତନ ହେବେ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button