ଟିମ୍ ଇଣ୍ଡିଆକୁ ଝଟ୍‌କା, ଆହତ ହେଲେ ଶ୍ରେୟସ ଆୟର

ଆଇପିଏଲ ୨୦୨୧ରେ ଆହତ ହୋଇ ୪ ମାସ ଯାଏ କ୍ରିକେଟ ଖେଳିପାରିବେ ନାହିଁ ଶ୍ରେୟସ..

ଟିମ୍‌ ଇଣ୍ଡିଆ ଓ ଦିଲ୍ଲୀ କ୍ୟାପିଟାଲ୍ସକୁ ଶକ୍ତ ଝଟକା ଲାଗିଛି। କାନ୍ଧ ଜନିତ ସମସ୍ୟା ଯୋଗୁ ଷ୍ଟାର ବ୍ୟାଟସମ୍ୟାନ୍‌ ଶ୍ରେୟସ ଆୟର ଇଂଲଣ୍ଡ ବିପକ୍ଷ ବାକି ୨ଟି ଦିନିକିଆ ସହ ପୂରା ଆଇପିଏଲରୁ ବାଦ୍‌ ପଡ଼ିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆୟର ଫିଲ୍ଡିଂ କରିବା ବେଳେ ତାଙ୍କ କାନ୍ଧରେ ଶକ୍ତ ଆଘାତ ଲାଗିଥିଲା। ଏବେ ତାଙ୍କ ବାମ ପଟର କାନ୍ଧ ଡିସଲୋକେଟ ବା ଖସି ଯାଇଥିବା ଜଣାପଡ଼ିଛି। ସେ ଗଭୀର ଯନ୍ତ୍ରଣା ଅନୁଭବ କରୁଥିବାରୁ କାନ୍ଧରେ ଅସ୍ତ୍ରୋପଚାର କରିବେ। ଏଥିପାଇଁ ଅତିକମରେ ସେ ୪ ମାସ ଯାଏ କ୍ରିକେଟ ଖେଳିବେ ନାହିଁ।, ଟିମ୍ ଇଣ୍ଡିଆକୁ ଝଟ୍‌କା, ଆହତ ହେଲେ ଶ୍ରେୟସ ଆୟରଏହାର ଅର୍ଥ ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଆଇପିଏଲରେ ମଧ୍ୟ ଆୟରଙ୍କ ଜଲୱା ଦେଖିବାକୁ ମିଳିବ ନାହିଁ।ସୂଚନା ଅନୁସାରେ ପ୍ରଥମ ଏକଦିବସୀୟ ମ୍ୟାଚରେ ଜନି ବେଷ୍ଟ୍ରୋଙ୍କ ଏକ ଚଉକା ବଞ୍ଚାଇବାକୁ ଡ୍ରାଇଭ ମାରିବା ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା ଏବଂ ଏହା ପରେ ସେ ପଡିଆ ବାହାରକୁ ଚାଲି ଯାଇଥିଲେ ଏବଂ ତାଙ୍କ ସ୍ଥାନରେ ଶୁଭମାନ ଗିଲ ପଡିଆରେ ଫିଲଡିଙ୍ଗ କରିଥିଲେ. ତେବେ ଶେଷ ଦୁଇଟି ଦିନିକିଆରେ ଆୟାରଙ୍କ ସ୍ଥାନରେ ରିଷଭ ପନ୍ଥ କିମ୍ବା ସୂର୍ଯ୍ୟ କୁମାରଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । ଶ୍ରେୟାସ ଆୟାର ୨୦୨୧ ଆଇପିଏଲରୁ ବାଦ ପଡ଼ିଥିବା ଦିଲ୍ଲୀ କ୍ୟାପିଟାଲସର କୋ-ଓନର ପାର୍ଥ ଜିନ୍ଦଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । , ଟିମ୍ ଇଣ୍ଡିଆକୁ ଝଟ୍‌କା, ଆହତ ହେଲେ ଶ୍ରେୟସ ଆୟରସେହିପରି ଆୟର ଚଳିତ ବର୍ଷ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳିବା ପାଇଁ ବି ଚୁକ୍ତି କରିଥିଲେ। ଜୁଲାଇ ୨୩ରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ସେ ରୟାଲ୍ ଲଣ୍ଡନ୍ କପ୍ ଦିନିକିଆ କ୍ରିକେଟରେ ଲାଙ୍କାଶାୟର ପକ୍ଷରୁ ଖେଳିବାର ଥିଲା। ଏଥିପାଇଁ ଆୟର ଜୁଲାଇ ୧୫ ତାରିଖରେ ଓଲ୍ଡ ଟ୍ରାଫର୍ଡରେ ପହଞ୍ଚିଥାଆନ୍ତେ। ହେଲେ ଏବେ ସବୁ କିଛି ବନ୍ଦ ହୋଇଯାଇଛି।

Post Your View

Leave a Reply

Your email address will not be published. Required fields are marked *

Back to top button