ବିମାନ ବନ୍ଦର ନିର୍ମାଣ ବେଳେ ମିଳିଲା ୬୦ରୁ ଅଧିକ ମମଥ୍ କଙ୍କାଳ

ମେସ୍କିକୋ ସହରରୁ ୫୦ କିମି ଦୂରରେ ନିର୍ମାଣ ହେଉଥିବା ଏକ ବିମାନ ବନ୍ଦର ସ୍ଥଳରୁ ୬୦ରୁ ଅଧିକ ତ୍ଥମମଥ୍ ଅର୍ଥାତ ଲୋମଶ ହାତୀ ଭଳି ଦିଶୁଥିବା ଏକ ବିରାଟକାୟ ପଶୁର କଙ୍କାଳ ଉଦ୍ଧାର କରାଯାଇଛି। ସେଗୁଡିକ ପ୍ରାହ ୩୫ ହଜାର ବର୍ଷ ତଳର ବୋଲି କୁହାଯାଉଛି। ମେକ୍ସିକୋର ‘ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆନ୍ଥ୍ରାପଲୋଜି ଆଣ୍ଡ୍ ହିଷ୍ଟ୍ରି’ର ପିଟ୍ରୋ ଫ୍ରାନ୍ସିସ୍କୋ ସାନ୍‌ସେଜ୍ ନାଭା କହିଛନ୍ତି, ଏ ସବୁ ହାଡ଼ କଲମ୍ବୀୟ ମମଥ୍ ପ୍ରଜାତିର।ପ୍ରାୟ ୩୦ ଜଣ ବିଶେଷଜ୍ଞ ଏହି ଉତ୍‌ଖନନ ସ୍ଥଳରେ ଏବେ ଗବେଷଣା ଚଳାଇଛନ୍ତି।

, ବିମାନ ବନ୍ଦର ନିର୍ମାଣ ବେଳେ ମିଳିଲା ୬୦ରୁ ଅଧିକ ମମଥ୍ କଙ୍କାଳ

ଡିସେମ୍ବର ୨୦୧୯ରେ ମେସ୍କିକୋର ନୃତତ୍ବବିତ୍‌ମାନେ  ଏହି ସ୍ଥାନରୁ ୧୫ ହଜାର ବର୍ଷ ତଳେ ମାମଥ୍ ଧରିବାକୁ ମଣିଷମାନେ ଖୋଳିଥିବା ଦୁଇଟି ଗାଢ଼ର ସନ୍ଧାନ ପାଇଥିଲେ।କେବଳ ମମଥ୍ ନୁହେଁ ସେହି ସ୍ଥାନରୁ ଗୟଳ, ଓଟ, ଘୋଡା ଏବଂ ନରକଙ୍କାଳଙ୍କ ସମାଧି ମଧ୍ୟ ମିଳିଥିଲା ।

Post Your View

Leave a Reply

Your email address will not be published. Required fields are marked *

Back to top button