ଗୋଟିଏ ବୋଲି ହୃଦୟ କେତେଥର ଜିତିବ ସୋନୁ…

ସୋନୁଙ୍କର ଆଉ ଗୋଟେ ମହାନତାର ଚିତ୍ର

କରୋନା ଯେତେବେଳେ ଧିରେଧିରେ ତାର କରାଳ ରୂପ ଦେଖାଇଲା , ଅନେକ ପ୍ରବାସୀ ଶ୍ରମିକଙ୍କ ଜୀବନ ଜୀବିକା ଠପ୍ ହେଇଗଲା ..।। କରୋନାକୁ ମହାମାରୀ ଘୋଷଣା କରି ସରକାର ଜାରି କଲେ କଟକଣା .. କରୋନାର ମୁକାବିଲା ପାଇଁ ସାରା ଦେଶ ହେଲା ଲକଡାଉନ ..।। ପ୍ରବାସୀ ଶ୍ରମିକଙ୍କ ଦୁଖଃ କହିଲେ ନ ସରେ , ଗାଡି ବନ୍ଧ ଯୋଗୁଁ ସେମାନେ ନିଜ ଭିଟାମାଟିକୁ ଫେରିପାରିଲେ ନା ପେଟକୁ ମୁଠେ ଦାନା ପାଇଲେ ..।। ଠିକ୍ ଏହି ସମୟରେ ସେମାନଙ୍କ ପାଇଁ ଦେବଦୂତ ସାଜିଲେ ବଡ ପରଦାର ଖଳନାୟକ ସୋନୁ , ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ଖର୍ଚରେ ଗାଡିକରି ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କଲେ ..।। ଲୋକଙ୍କ ଆଖିରେ ବଦଳିଗଲା ସୋନୁଙ୍କ ଚେହେରା , ରିଲ୍‌ର ଖଳନାୟକ ସାଜିଗଲେ ରିଏଲରେ ହିରୋ ..।।

ଶ୍ରମିକଙ୍କ ଭଗବାନ ସୋନୁ ଏହା ଭିତରେ ଅନେକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ବେଳେ , ରାକ୍ଷୀ ପୂର୍ଣିମା ଦିନ ସୋନୁଙ୍କର ଆଉ ଗୋଟେ ମହାନତାର ଚିତ୍ର ଦେଖିବାକୁ ମିଳିଛି ..।। ରାସ୍ତାକଢରେ ଚିରାଫଟା ବ୍ୟାନର ଏବଂ ପଲଥିନିରେ ତିଆରି ଗୋଟିଏ ଘରେ ଜଣେ ଅସହାୟ ମହିଳା ରହୁଛନ୍ତି , ତାଙ୍କୁ ନିହାତି ସାହାଯ୍ୟ ଆବଶ୍ୟକ ବୋଲି ସୋନାଲ ସିଂ ନାମକ ଜଣେ ମହିଳା ଟୁଇଟରେ ଏକ ଭିଡିଓ ସେୟ୍ୟାର କରି ସୋନୁଙ୍କ ଉକ୍ତ ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ..।। ସୋନୁ ସେ ଭିଡିଓଟିକୁ ନିଜେ ଟୁଇଟ କରି କହିଥିଲେକି . ଚଲୋ ଆଜ୍ ରକ୍ଷା ବନ୍ଧନ କେ ଅବସର୍ ପର୍ ଆସାମ୍ ମେଁ ଅପନ୍‌ି ଇସ୍ ବେହେନ୍ କା ନୟ୍ୟା ଘର୍ ବନାତେ ହେଁ …..।। ଗରିବଙ୍କ ପାଇଁ ନିଜକୁ ସମର୍ପି ଦେଇଥିବା ସୋନୁ ରିଏଲ ଲାଇଫରେ ହିରୋ ସାଜିବା ପରେ ସାରା ଭାରତର କୋଣ ଅନୂକୋଣରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି ..।।

Post Your View

Leave a Reply

Your email address will not be published. Required fields are marked *

Back to top button