କରୋନା ପାଇଁ ଆହୁରି କଡା କଡି ହେଲା ନିୟମ

କରୋନା ମହାମାରୀ ପାଇଁ ସବୁ ଚିନ୍ତିତ । ସାଧାରଣରେ ଏହାକୁ ନେଇ ଏକ ଭୟ ମଧ୍ୟ ସୃଷ୍ଟି ହେଲାଣି । ତେବେ ଗତ ବଷ ର୍ କରୋନା ମହାମାରୀରେ ଅନେକ ଲୋକ ସଂକ୍ରମିତ ମଧ୍ୟ ହୋଇଥିଲେ ଏହାସହ ଅନେକ ଲୋକଙ୍କର ଯିବନ ମଧ୍ୟ ଯାଇଥିଲା । ସରକାରଙ୍କ ବହୁ ଚେଷ୍ଟା ପରେ ମଧ୍ୟ ସ୍ଥିତି ସୁଧାରକୁ ଆସୁନାହିଁ । କିନ୍ତୁ ଯେପରି ଭାବରେ କରୋନା ମହାମାରୀ ମାର୍ଚ୍ଚ ମାସଠାରୁ ତାର କାୟା ବିସ୍ତାର କରିବାରେ ଲାଗିଥିଲା ତାହାକୁ ନେଇ ଲୋକମାନେ ମଧ୍ୟ ଚିନ୍ତିତ ଥିଲେ । ଲକ୍‌ଡାଉନ୍‌, ସଟ୍‌ଡାଉନ୍ ଓ ନାଇଟ୍ କରଫିଉ ମାଧ୍ୟମରେ କରୋନା ମହାମାରୀ କୁ କିଛିଦିନ ପର୍ଯ୍ୟନ୍ତ କାବୁ କରାଯାଇଥିଲା ।, କରୋନା ପାଇଁ ଆହୁରି କଡା କଡି ହେଲା ନିୟମଆହୁରି କଡା ହେବ କରୋନା କଟକଣା । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବାକୁ ଆଜିଠୁ ସମଗ୍ର ରାଜ୍ୟରେ ଆରମ୍ଭ ହେବ 10 ଦିନିଆ ସ୍ପେଶାଲ୍ ଡ୍ରାଇଭ୍ । ମାସ୍କ ଓ ସାମାଜିକ ଦୂରତା କଡାକଡି ସହ ସଚେଚନ ମଧ୍ୟ କରାଯିବ ।ଗତକାଲି ରାଜ୍ୟରେ ବିଗୁଡୁଥିବା କରୋନାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ 10 ଦିନିଆ ସ୍ପେଶାଲ୍ ଡ୍ରାଇଭ୍ ଆଜିଠୁ ଆରମ୍ଭ ପାଇଁ ପୋଲିସ ଡିଜିଙ୍କ ଟ୍ବିଟ୍‌ କରି କହିଛନ୍ତି । ତେବେ ଆଜିଠୁ ପୋଲିସର 10 ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ ହେବ ।  16 ତାରିଖ ଯାଏଁ ଏହି ସ୍ପେଶାଲ ଡ୍ରାଇଭ ଚାଲିବ ।  କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ନେଇ ତଦାରଖ କରିବ ପୋଲିସ । ସମସ୍ତଙ୍କୁ ନିୟମ ମାନିବାକୁ ପୋଲିସ ଡିଜି ଅନୁରୋଧ କରିଛନ୍ତି । ପଡୋଶୀ ରାଜ୍ୟରୁ ସଂକ୍ରମଣ ବଢୁଥିବାରୁ ପଶ୍ଚିମ ଓଡିଶା ଫୋକସରେ ରହିଛି ।, କରୋନା ପାଇଁ ଆହୁରି କଡା କଡି ହେଲା ନିୟମଏହି ସ୍ପେଶାଲ ଡ୍ରାଇଭ ଚଲାଇବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ନିୟମକୁ କଡାକଡି ପାଳନ ପାଇଁ ରାଜ୍ୟରେ ଅଧିକ ପୋଲିସ ମୁତୟନ କରି 10 ଦିନ ବ୍ୟାପି ସମଗ୍ର ରାଜ୍ୟରେ ସ୍ପେସାଲ ଡ୍ରାଇଭ ଚଲାଇବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ଓ ସାନିଟାଇଜର ବ୍ୟବହାର ନେଇ ସଚେତନ କରାଯିବ । ଆବଶ୍ୟକ ପଡିଲେ କଡା ପଦକ୍ଷେପ ନିଆଯିବ ।

Post Your View

Leave a Reply

Your email address will not be published. Required fields are marked *

Back to top button