ଡରେଇଲା ଆକାଶ

ପ୍ରଚଣ୍ଡ ଶବ୍ଦରେ ଥରିଲା ଭଦ୍ରକ ଏବଂ ଯାଜପୁର

ପ୍ରଚଣ୍ଡ ଶବ୍ଦରେ ଥରିଲା ଯାଜପୁର ଏବଂ ଭଦ୍ରକ ..।। ଗୋଟିଏ କି ଦୁଇ ମିନିଟ୍ ପାଇଁ ନୁହଁ ବରଂ ୧୦ ମିନିଟ୍ ପାଇଁ ..।। ସୂଚନା ଅନୁସାରେ ଭଦ୍ରକର ବନ୍ତ ଏବଂ ଭଣ୍ଡାରୀପୋଖରୀ ଅଂଚଳ ସମେତ ଯାଜପୁରର ଯାଜପୁର ଟାଉନ୍ , ଯାଜପୁର୍ ରୋଡ୍ , ଧର୍ମଶାଳା ଏବଂ ପାଣିକୋଇଲି ଆଦି ଅଂଚଳରେ ମଧ୍ୟ ଶୁଭିଥିଲା ଏହି ପ୍ରଚଣ୍ଡ ଶବ୍ଦ ..।।

, ଡରେଇଲା ଆକାଶ

ଏହି ପ୍ରଚଣ୍ଡ ଶବ୍ଦ ଫଳରେ ଘରର କାନ୍ଥ ସହ କବାଟ ଝର୍କା ମଧ୍ୟ ଥରିଉଠିଥିଲା ..।। କିଛିକିଛି ସ୍ଥାନରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ ..।। ତେବେ ଏହି ପ୍ରଚଣ୍ଡ ଶବ୍ଦର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ..।। ଏହି ଶବ୍ଦକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମନରେ ଏକ କୋକୁଆ ଭୟ ସୃଷ୍ଟି ହେଇଛି ..।।

Post Your View

Leave a Reply

Your email address will not be published. Required fields are marked *

Back to top button