ଷ୍ଟ୍ରିଟ୍ ଡ୍ୟାନ୍ସ୍‌ର୍ ଫିଲ୍ମ ରିଭ୍ୟୁ

ଏହି ଚଳଚିତ୍ରଟି ଦର୍ଶକମାନେ ଆଗରୁ ଦେଖିଆସୁଥିବା ଏବିସିଡି ସିନେମାର ତୃତୀୟ ଭାଗ , ଯାହାକି ଷ୍ଟ୍ରିଟ୍ ଡ୍ୟାନ୍ସ୍‌ର୍ ନାମରେ ଜାନୁଆରୀ ୨୪ ତାରିଖ ଫ୍ରାଇଡେରେ ରିଲିଜ୍ ହୋଇଛି ..।। ଏହି ଚଳଚିତ୍ରଟିରେ ପ୍ରମୂଖ ଭୂମିକାରେ ଅଭିନୟ କରିଛନ୍ତି– ବରୁଣ ଧାଓନ୍‌, ଶ୍ରଦ୍ଧା କପୁର୍ ଏବଂ ପ୍ରଭୁଦେବା … ନିର୍ଦେଶନାର ଭାର ତୁଲାଇଛନ୍ତି ରେମୋ ଡିସୋଜା ..।। ଏ ସିନେମାର କାହାଣୀର ପୃଷ୍ଟଭୂମି ଦୂର୍ବଳ କହିଲେ ଚଳେ, ଯାହା ଆଶା କରାଯାଉଥିଲା ଅନ୍ତତଃ ଏବିସିଡିର ସ୍ୱିକେଲ୍ ଏ ସିନେମା କିଛିଟା ନିଆରା କରିବ । କିନ୍ତୁ କାହାଣୀରେ ସେମିତି କିଛି ନୂଆପଣ ଦେଖିବାକୁ ମିଳିଲାନି, ସେଇ ଚିରାଚରିତ ଢଙ୍ଗରେ କାହାଣୀଟି ଗତିଶୀଳ ଥିଲା ।

, ଷ୍ଟ୍ରିଟ୍ ଡ୍ୟାନ୍ସ୍‌ର୍ ଫିଲ୍ମ ରିଭ୍ୟୁ
ତେବେ ଆସନ୍ତୁ କାହାଣୀ ଉପରେ ଟିକେ ନଜର ପକାଇବା ଯାହାଙ୍କୁ ନେଇ କାହାଣୀ ଗତିଶୀଳ ହେଉଛି ସେ ହେଲେ ସେହେଜ୍ ( ବରୁଣ୍ ଧାଓନ୍ ) ଯିଏକି ତାଙ୍କ ବଡ ଭାଇଙ୍କର ଡ୍ୟାନ୍ସ୍ ଗୃପ୍ ଷ୍ଟ୍ରିଟ୍ ଡ୍ୟାନ୍ସ୍‌ର୍ ମାଧ୍ୟମରେ ଏକ ଡ୍ୟାନ୍ସ୍ ଫେଷ୍ଟିଭାଲ୍ ଗ୍ରାଉଣ୍ଡ୍ ଜିରୋ ଚାମ୍ପିୟନ୍‌ସିପ୍ ଜିତିବାକୁ ଚାହୁଁଛନ୍ତି । ପୂର୍ବରୁ ତାଙ୍କ ଭାଇ ସେହି ଗ୍ରାଉଣ୍ଡ୍ ଜିରୋ ଚାମ୍ପିୟନ୍‌ସିପ୍ ରେ ଭାଗ ନେଇ ଡ୍ୟାନ୍ସ୍ ସମୟରେ ଆଘାତ ପାଇ ସେହି ଚମ୍ପିୟାନ୍‌ସିପ୍‌ରୁ ଓହରି ଯାଇଥିଲେ. ତେଣୁ ତାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସେହଜେ୍ ( ବରୁଣ୍ ଧାଓନ୍ ) ଲାଗିପଡିଛନ୍ତି । କାହାଣୀ ଆଗକୁ ବଢିବା ସହ ଅନ୍ୟ ଏକ ଡ୍ୟାନ୍ସ୍ ଗୃପ୍ ର ମୂଖ୍ୟ ଯଥା ଇନାୟତ୍ ( ଶ୍ରଦ୍ଧା କପୁର୍ ) ଙ୍କ ସହ ଡ୍ୟାନ୍ସ୍‌କୁ ନେଇ ଟକ୍କର ହୁଏ । ଏଥିରେ ରାମ୍ ପ୍ରସାଦ୍ ( ପ୍ରଭୂଦେବା ) ଏକ ହୋଟେଲ୍ ମାଲିକ ଭୁମିକାରେ ଅଭିନୟ କରିଛନ୍ତି, ଯିଏକି ପୂର୍ବରୁ ଜଣେ ଭଲ ଡ୍ୟନ୍ସ୍‌ର ଥିଲେ . ହେଲେ କୌଣସୀ କାରଣ ବଶତଃ ସେ ଆଜି ଡ୍ୟାନ୍ସ ନକରି ହୋଟେଲ୍ କରିଛନ୍ତି । ହୋଟେଲରେ ବଳୁଥିବା ଖାଦ୍ୟକୁ ସେ ନେଇ ବିଭିନ୍ନ ଗରିବ , ଭିକାରୀ ଏବଂ ଅନ୍ୟ ଦେଶ ମାନଙ୍କରୁ ଯାଇ ନ୍ୟୁୟର୍କରେ ଫସିଥବା କିଛି ଶରଣାର୍ଥୀ ମାନଙ୍କୁ ଖାଇବାକୁ ଦିଅନ୍ତି । ସେ ଆପ୍ରାଣ ଉଦ୍ୟମ ଜାରିରଖିଥାନ୍ତି ଫସିରହିଥିବା ଶରଣାର୍ଥୀ ମାନଙ୍କୁ ସେମାନଙ୍କ ଦେଶକୁ ପଠେଇବା ପାଇଁ , ହେଲେ ତାଙ୍କ ପାଖରେ ଏତେ ଟଙ୍କା ନଥାଏ. ତେଣୁ ସେ ଉଭୟ ଡ୍ୟାନ୍ସ୍ ଗୃପ୍ ମାନେ ବରୁଣ ଧାଓନ୍ ଏବଂ ଶ୍ରଧା କପୁର୍‌ଙ୍କ ଗୃପ୍‌କୁ ବହୁକଷ୍ଟରେ ମିଶାଇ ଗ୍ରାଉଣ୍ଡ୍ ଜିରୋ ଚାମ୍ପିୟନ୍‌ସିପ ଟ୍ରଫି ଜିତି । ଶରଣାର୍ଥୀ ମାନଙ୍କୁ ସେମାନଙ୍କ ଦେଶକୁ ପଠାଇବାର ବ୍ୟବସ୍ଥା କରନ୍ତି । ହେଲେ ଏଇଠି କଥା ଉଠୁଛି ବିଭିନ୍ନ ଦେଶର ଶରଣାର୍ଥି ମାନଙ୍କୁ କାହାଣୀରେ ଜବରଦସ୍ତ୍ ପୁରାଯାଇଛି , ସେଇ ଭାଗଟି ସମ୍ପୁର୍ଣ ଦୂର୍ବଳ , ସେମାନଙ୍କୁ ସିନେମାରେ ଉଚିତ୍ ନ୍ୟାୟ ଦିଆଯାଇ ପାରିନାହିଁ ..।।, ଷ୍ଟ୍ରିଟ୍ ଡ୍ୟାନ୍ସ୍‌ର୍ ଫିଲ୍ମ ରିଭ୍ୟୁ

ବାସ୍ ସିନେମାଟି ଆପଣଙ୍କୁ ଏକ ଡ୍ୟାନ୍ସ୍ ସୋ ଭଳି ଲାଗିବ, ଥ୍ରୀଡି ସିନେମା ହେଇଥିବାରୁ ହୁଏତ ଆପଣ ଏହାକୁ ମନୋଭର ଉପେଭାଗ କରିପାରିବେ । ଏ ସିନେମାର କାହାଣୀ ଦୂର୍ବଳ ହେବା ସତ୍ୱେ ହଲ୍‌ରୁ ବାହାରିବା ପରେ ଆପଣଙ୍କର ବୋଧହୁଏ ଜଣଙ୍କ ଅଭିନୟ ଲାଇଫ୍ ଟାଇମ୍ ମନେ ରହିବ ସେ ହେଉଛନ୍ତି ଅପାରଶକ୍ତି ଖୁରାନା । ତାଙ୍କୁ ଏ ସିନେମାରେ ସ୍ୱଳ୍ପ ସମୟପାଇଁ ଦେଖିବାକୁ ମିଳିଥିଲେ ବି, ତାଙ୍କର ବଳିଷ୍ଠ ଅଭିନୟ ଆପଣଙ୍କ ମନ ଜିଣିନେବ । , ଷ୍ଟ୍ରିଟ୍ ଡ୍ୟାନ୍ସ୍‌ର୍ ଫିଲ୍ମ ରିଭ୍ୟୁ

 

Post Your View

Leave a Reply

Your email address will not be published. Required fields are marked *

Back to top button
Close