ରଙ୍ଗର ପର୍ବ ହୋଲି

ପାଞ୍ଚ ଶହ ବର୍ଷ ପରେ ଏଥର ହୋଲିରେ ପଡୁଛି ଦୁର୍ଲଭ ଯୋଗ ..

ରଙ୍ଗର ପର୍ବ ହୋଲି । ହିନ୍ଦୁ ଧର୍ମ ଗ୍ରନ୍ଥ ଅଣୁଅସ୍ତ୍ରଇ ପ୍ରତି ବର୍ଷ ଫାଲଗୁନ ମାସ ପୂର୍ଣ୍ଣିମା ତିଥିରେ ହୋଲି ଉତ୍ସବ ପାଳନ କରାଯାଏ । ହୋଲି ପର୍ବ ବହୁତ ହଷ ଓ ଉଲ୍ଲାସର ସହ ପାଳିତ ହୋଇଥାଏ । ହୋଲିକୁ ପାରସ୍ପରିକ ପ୍ରେମ ଏବଂ ସମନ୍ୱୟର ପର୍ବ ବୋଲି କୁହାଯାଏ । ଏହି ଦିନ ରାଗ ଓ ନିଜ ନିଜ ଭିତରେ ଥିବା ମତଭେଦ ଓ କଳହକୁ ଭୁଲି ଲୋକ୍ ପରସ୍ପରକୁ ରଙ୍ଗ ଲଗାଇଥାନ୍ତି । ପୂର୍ଣ୍ଣିମା ରାତିରେ ହୋଲିକା ଦହନ ହୋଇଥାଏ। ପୂର୍ଣ୍ଣିମା ଆରଦିନ ଅର୍ଥାତ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ହୋଲି ଖେଳାଯାଏ। ଏଥର ହୋଲି ମାର୍ଚ୍ଚ ୨୯ ତାରିଖ ଷୋମବାର ଦିନ ପଡୁଛି। ୨୮ ତାରିଖ ରାତିରେ ହୋଲିକା ଦହନ କରାଯିବ।, ରଙ୍ଗର ପର୍ବ ହୋଲିତେବେ ପ୍ରତେକ ବର୍ଷ ରଙ୍ଗର ପର୍ବ ହୋଲିକୁ ବହୁ ଧୁମଧାମରେ ଲୋକମାନେ ମନାଇଥାନ୍ତି । ଏହି ପର୍ବରେ ରଙ୍ଗରେ ମାତି ମା ମଧ୍ୟ ରଙ୍ଗିନ ହୋଇଥାନ୍ତି । ଗିତ ନାଚ ରେ ଏହି ପର୍ବଟିକୁ ମନାଯାଇଥାଏ । ଏଥର ହୋଲିରେ ୫୦୦ ବର୍ଷ ପରେ ଅତ୍ୟନ୍ତ ଦୁର୍ଲଭ ଯୋଗ ରହିଛି। ଏହାସହ ଦୁଇଟି ଖାସ ସଂଯୋଗ ମଧ୍ୟ ରହିଛି। ହିନ୍ଦୁ ପାଞ୍ଜି ଅନୁସାରେ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ହୋଲି ପଡୁଛି। ଏହିଦିନ ଧ୍ରୁବ ଯୋଗ ରହିଛି। ଏହିଦିନ ସର୍ବାର୍ଥସିଦ୍ଧି ଯୋଗ ସହ ଅମୃତସିଦ୍ଧି ଯୋଗ ମଧ୍ୟ ରହିଛି। ୫୦୦ ବର୍ଷ ପରେ ଏହିଭଳି ଦୁର୍ଲଭ ଯୋଗ ଆସିଛି। ଏହା ପୂର୍ବରୁ ୧୫୨୧ ମାର୍ଚ୍ଚ ୩ ତାରିଖରେ ଏହିଭଳି ଦୁର୍ଲଭ ଯୋଗ ପଡିଥିଲା।, ରଙ୍ଗର ପର୍ବ ହୋଲିଏଥର ହୋଲିରେ ଧ୍ରୁବ ଯୋଗ ନିର୍ମାଣ ହେଉଛି। ଚନ୍ଦ୍ରମା କନ୍ୟା ରାଶିରେ ଗୋଚର କରିବେ। ଗୁରୁ ଓ ଶନି ମକର ରାଶିରେ ଅଛନ୍ତି। ଶୁକ୍ର ଓ ସୂର‌୍ୟ୍ୟ ମୀନ ରାଶିରେ ବିରାଜମାନ କରିବେ। ଅନ୍ୟ ଗ୍ରହମାନଙ୍କ ସ୍ଥିତି ଏହିଭଳି-ମଙ୍ଗଳ ଓ ରାହୁ ବୃଷ ରାଶିରେ, ବୁଧ କୁମ୍ଭ ରାଶିରେ ଓ ମୋକ୍ଷ କାରଣରୁ କେତୁ ବିଛା ରାଶିରେ ବିରାଜମାନ ହେବେ। ଗ୍ରହମାନଙ୍କର ଏହି ସ୍ଥିତି ଯୋଗୁଁ ଧ୍ରୁବ ଯୋଗ ସୃଷ୍ଟି ହେଉଛି।

Post Your View

Leave a Reply

Your email address will not be published. Required fields are marked *

Back to top button