ଚାନ୍ଦିପୁରରୁ ବାଲାକୋଟ୍ ଯାଇ ଶତାଧିକ ଆତଙ୍କୀଙ୍କୁ ନିପାତ କଲା ‘ସୁଦର୍ଶନ’

କାଶ୍ମୀର ସ୍ଥିତ ପୁଲଓ୍ୱାମା ଆକ୍ରମଣ ଘଟଣାର ୧୨ ଦିନ ପରେ ଭାରତୀୟ ବାୟୁସେନା ଏହାର ଜବାବ ରଖିଛି। ପାକ୍ ସୀମାରେ ପ୍ରବେଶ କରି ୩୦୦ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରିଛି। ମଙ୍ଗଳବାର ସୂର୍ଯ୍ୟୋଦୟ ପୂର୍ବରୁ ଭାରତୀୟ ବାୟୁସେନା ନିଜ ଲକ୍ଷ୍ୟ ପୂରଣ କରି ଉଚିତ ପଦକ୍ଷେପ ନେଇଛି। ଆତଙ୍କବାଦୀଙ୍କୁ ନିପାତ କରିବାରେ ‘ସୁଦର୍ଶନ’ ବୋମାର ମୁଖ୍ୟ ଭୂମିକା। ଅକ୍ଟୋବର ୨୦୧୦ରେ ପ୍ରଥମ ଥର ପାଇଁ ଭାରତୀୟ ଜ୍ଞାନକୈାଶଳରେ ନିର୍ମିତ ହୋଇଥିଲା ‘ସୁଦର୍ଶନ’ ବୋମା। ଆଇଆରଡିଏ ଓ ଡିଆରଡିଓର ପ୍ରୟାସରେ ଏହି ବୋମା ନିର୍ମାଣ କରାଯାଇଥିଲା।

ଏହା ଦେଶର ପ୍ରଥମ ଲେଜର ଦ୍ୱାରା ପରିଚାଳିତ ବୋମା ଅଟେ। ୨୦୦୬ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୪୫୦ କେଜିର ଏହି ‘ସୁଦର୍ଶନ’ ବୋମା ସର୍ବପ୍ରଥମେ ୨୦୧୦ରେ ଓଡିଶାର ଚାନ୍ଦିପୁର ଠାରେ ପରୀକ୍ଷା କରାଯାଇଥିଲା। ପରେ ଜୁନ ୯ ୨୦୧୦ରେ ପୋଖରାନଠାରେ ଦ୍ୱିତୀୟ ଥର ପରୀକ୍ଷା କରାଯାଇଥିଲା। ‘ସୁଦର୍ଶନ’ର ମାରକ କ୍ଷମତା ୯କିମି ଅଟେ। ଏବେ ଏରୋନଟିକାଲ ଡେଭଲପମେଣ୍ଟ ଏଷ୍ଟାବ୍ଲିଶମେଣ୍ଟ(ଏଡିଇ) ପକ୍ଷରୁ ଏହାର କ୍ଷମତାକୁ ୫୦କିମି ପର୍ଯ୍ୟନ୍ତ ବଢାଇବାକୁ ପରୀକ୍ଷା କରିଛନ୍ତି। ପ୍ରଥମ ଥର ପାଇଁ ‘ସୁଦର୍ଶନ’କୁ ବାୟୁସେନାରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ଜାଗୁଆର ସ୍କ୍ୱାଡ୍ରନରେ ମଧ୍ୟ ଏହି ବୋମାକୁ ସାମିଲ କରାଯାଇଥିଲା।

Post Your View

Leave a Reply

Your email address will not be published. Required fields are marked *

Back to top button