ସ୍ୱଚ୍ଛ ସୁନ୍ଦର ହେବ ସୁନ୍ଦରଗଡ

ସୁନ୍ଦରଗଡରେ ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ

ବଦଳିବ ସୁନ୍ଦରଗଡ ଜିଲ୍ଲାର ପରିମଳ ଚିତ୍ର । ସ୍ୱଚ୍ଛ ସୁନ୍ଦ ହେବ ସ୍ମାର୍ଟ ସିଟି ରାଉରକେଲା । ଏନେଇ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ପରିମଳ ବ୍ୟବସ୍ଥାକୁ ବଦଳାଇବା ପାଇଁ ୧୯୦ଟି ଅତ୍ୟାଧୁନିକ ମେସିନ ଓ ଗାଡ଼ି ସମେତ ୪ଟି ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରକୁ ଶୁଭାରମ୍ଭ କରାଯାଇଛି । ଏହି ଅତ୍ୟାଧୁନିକ ସେବା ସ୍ମାର୍ଟ ସିଟି ରାଉରକେଲାର ପରିମଳ ଚିତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ।, ସ୍ୱଚ୍ଛ ସୁନ୍ଦର ହେବ ସୁନ୍ଦରଗଡ ରାଉରକେଲା ମହାନଗର ନିଗମ ସହିତ ବୀରମିତ୍ରପୁର ପୌରପାଳିକା, କୋଇଡ଼ା ଓ କୁତ୍ରା ବ୍ଲକରେ ଏହି ସେବାର ଶୁଭାରମ୍ଭ ହୋଇଛି । ଅତ୍ୟାଧୁନିକ ମେସିନ ସହାଯ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ରାସ୍ତା ସଫେଇ, ଖୋଲା ନାଳ ସଫେଇ ଏବଂ ବାୟୁମଣ୍ଡଳରେ ଧୂଳି, ଧୂଆଁ ନିୟନ୍ତ୍ରଣ କରାଯିବ । ଫଳରେ ସୁନ୍ଦରଗଡ ଜିଲ୍ଲାର ପରିବେଶ ସ୍ୱଚ୍ଛ ସୁନ୍ଦର ହେବ ବୋଲି ଜିଲ୍ଲାବାସୀ ଆଶା କରିଛନ୍ତି ।

, ସ୍ୱଚ୍ଛ ସୁନ୍ଦର ହେବ ସୁନ୍ଦରଗଡ

Post Your View

Leave a Reply

Your email address will not be published. Required fields are marked *

Back to top button