ସିବିଆଇ ତଦନ୍ତକୁ ଡରୁଛନ୍ତି କି ରିୟା?

ରିୟାଙ୍କ ଉପରେ ମାମଲା ରୁଜୁ ହେବା ପରେ ବିହାର ପୋଲିସ୍ ମୁମ୍ବାଇ ଆସିଥିଲା । କିନ୍ତୁ ବିହାର ପୋଲିସକୁ କୈାଣସି ସହାୟତା କରିନଥିଲା ମୁମ୍ବାଇ ପୋଲିସ୍ । ଏହିପରି କି ରିୟାଙ୍କ ବୟାନ ମଧ୍ୟ ରେକର୍ଡ କରି ପାରି ନାହିଁ ବିହାର ପୋଲିସ୍ । ଅପରପକ୍ଷେ ରିୟା କହିଛନ୍ତି ଏହା ମୁମ୍ବାଇର କେସ୍ ତେଣୁ ମୁମ୍ବାଇ ପୋଲିସ୍ ଏହାର ତଦନ୍ତ କରିବ । ପାଟଣା ପୋଲିସ୍ ପାଖରେ ଏହାର ତଦନ୍ତ ପାଇଁ କୋଣସି ଅଧିକାର ନାହିଁ । ଏହିପରି କି ରିୟା ମଧ୍ୟ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଓ ବିହାରରେ ରୁଜୁ ହୋଇ ଥିବା ମମାଲାକୁ ମୁମ୍ବାଇ ପଠାଇବା ପାଇଁ ଅପିଲ କରିଛନ୍ତି । ତେବେ ରିୟା କାହିଁକି ବିହାର ପୋଲିସ୍‌କୁ ତଦନ୍ତ କରିବାର ଅଧିକାର ନାହିଁ କହୁଛନ୍ତି ତାହାର କିଛି ଉତ୍ତର ମିଳି ନାହିଁ ।
ଦିଲ୍ଲୀ ପୋଲିସ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ସେକ୍ସନ ୩ ଅନୁସାରେ ଯଦି କୈାଣସି ରାଜ୍ୟରେ କିଛି ମାମଲା ରୁଜୁ ହୁଏ ସେଠାକାର ପୋଲିସ୍ ଆଉ ସରକାର ଯଦି ସମ୍ମତି ପ୍ରଦାନ କରନ୍ତି ତେବେ ସେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇ ପାରିବ । ତେବେ ଏହି ମାମଲାର ତଦନ୍ତ ଦୁଇଟି ଜାଗାରେ ହୋଇ ପାରିବ । ମୁମ୍ବାଇରେ ଘଟଣା ଘଟିଛି ଏବଂ ସୁଶାନ୍ତ ମୁମ୍ବାଇରେ ରହୁଥିଲେ ତେଣୁ ମହାରାଷ୍ଟ୍ର ସରକାରଙ୍କ ପାଖରେ ଏହାର ସଂପୂର୍ଣ୍ଣ ଅଧିକାର ରହିଛି । ପାଟନାରେ ସୁଶାନ୍ତଙ୍କ ଘର ଓ ସୁଶାନ୍ତଙ୍କ ବାପା ସେଠାରେ ଏଫୟାର ଦାଖଲ କରିଛନ୍ତି ତ ସେଠାରେ ବି ତଦନ୍ତ କରାଯାଇ ପାରିବ । ଏହି ଆଇନ ଅନୁସାରେ ନୀତିଶ କୁମାର ସିବିଆଇକୁ ସୁପାରିଶ ମଧ୍ୟ କରିଛନ୍ତି । ମହାରାଷ୍ଟ୍ର ସରକାର ଆରମ୍ଭରରୁ ହିଁ ସିବିଆଇ ତଦନ୍ତର ଖିଲାପ ଥିବା ବେଳେ ବିହାର ସରକାର ଆରମ୍ଭରୁ ସିବିଆଇକୁ ତଦନ୍ତ ଭାର ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ ଆଜି ସୁପ୍ରିମକୋର୍ଟର ଶୁଣାଣିକୁ ଅପେକ୍ଷା ଯଦି ସୁପ୍ରିମକୋର୍ଟ ବିହାରରେ ଦାଖଲ ହୋଇଥିବା ଏଫୟାରକୁ ଜିରୋ ଏଫୟାର କରି ମୁମ୍ବାଇ ପୋଲିସକୁ କେସ ଦିଅନ୍ତି ତେବେ ସିବିଆଇ ତଦନ୍ତ ହୋଇ ପାରିବ ନାହିଁ । କିନ୍ତୁ ବିହାର ପୋଲିସ ତଦନ୍ତ କରି ପାରିବ । ତେବେ ଏହା ମୁମ୍ବାଇ ପୋଲିସ୍ ଭର୍ସେସ ବିହାର ପୋଲିସ୍ ନହେଉ ଏହାକୁ ଆଖି ଅଗରେ ରଖି ସୁପ୍ରିମକୋର୍ଟ ନିଜେ ସିବିଆଇକୁ ତଦନ୍ତଭାର ଦେଇ ପାରନ୍ତି । କିଛି ଦିନ ତଳେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତକୁ ମନା କରିଥିବା ବେଳେ ଆଜି ସୁପ୍ରିମକୋର୍ଟର ରାୟକୁ ସୁଶାନ୍ତଙ୍କ ଅଗଣିତ ଫ୍ୟାନ୍ସଙ୍କ ଅପେକ୍ଷା ।

Post Your View

Leave a Reply

Your email address will not be published. Required fields are marked *

Back to top button