ନରମୁଛି କି ତାଲିବାନର ?

ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛି । ମହିଳାମାନଙ୍କ ଠାରୁ ଆନ୍ତର୍ଜାତୀୟ ସମୁଦାୟକ ନେଇ ଇଦବେଗ ପ୍ରକାଶ କରାଯାଇଛି । ତାଲିବାନ ମଙ୍ଗଳବାର ଦିନ ଇସଲାମିକ ନିୟମ ଅନୁଯାୟୀ ମହିଳାଙ୍କ ଅଧିକାରକୁ ସମ୍ମାନ ଦେବାକୁ ପ୍ରତିଶ୍ରୁତି ଦେଇଛି । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ଏବଂ ଆଫଗାନିସ୍ତାନକୁ ସୁରକ୍ଷତି ରଖିଛନ୍ତି ସେମାନଙ୍କୁ କ୍ଷମା ଘୋଷଣା କରିଛନ୍ତି । ଏହି ଘୋଷଣା ବିଶ୍ୱର ନେତା ତଥା ଭୟଭୀତ ଲୋକଙ୍କୁ ଦେଖାଇବାକୁ ଏକ ପ୍ରୟାସ ଯେ ତାଲିବାନ ବଦଳିଛି । କିଛି ଦିନ ମଧ୍ୟରେ ସମଗ୍ର ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନର ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ତାଲିବାନ ବଦଳିଛି ।, ନରମୁଛି କି ତାଲିବାନର ?କିଛି ଦିନ ମଧ୍ୟରେ ସମଗ୍ର ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନର ମୁଖପାତ୍ର ଜାବୁଲ୍ଲା ମୁଜାବିଦ୍ କହିଛନ୍ତି ଯେ ଦଳର ସଂଗ୍ରାମୀମାନେ କାହାରିଠାରୁ ପ୍ରତିଶୋଧ ନେବାକୁ ଚାହୁଁ ନାହାଁନ୍ତି ଏବଂ ସମସ୍ତଙ୍କୁ କ୍ଷମା କରାଯାଇଛି । ମୁଖପାତ୍ର ମୁଜାହିଦ୍ ତାଙ୍କର ପ୍ରଥମ ସାମ୍ବାଦିନ ସମ୍ମିଳନୀରେ ଏହା କହିଛନ୍ତି । ୧୯୯୦ ପୂର୍ବରୁ ଆଫଗାନିସ୍ତାନ ଉପରେ ସୋଭିଏତ ସୈନ୍ୟ ବା ଏବେର ରୁଷର ପ୍ରଭାବ ରହିଥିଲା । କିନ୍ତୁ ୧୯୯୦ ରେ ଏହି ଦେଶର ସୈନ୍ୟ ପଳାଇବା ପରେ ତାଲିବାନ ଉତ୍ତର ପାକିସ୍ଥାନରେ ଜନ୍ମ ନେଇଥିଲା । Pashto ଭାଷାରେ ତାଲିବାନର ଅର୍ଥ ହେଉଛି ‘ଛାତ୍ର’ ।, ନରମୁଛି କି ତାଲିବାନର ?ଏହି ‘ଛାତ୍ର’ ମାନେ ବିଶେଷ ଭାବରେ କଟ୍ଟର ଇସଲାମିକ ବର୍ଗର । ଏମାନେ ଇସଲାମିକ ଧର୍ମର ଶିକ୍ଷା ଦ୍ୱାରା ଅନୁପ୍ରାଣିତ ହୁଅନ୍ତି । କୁହାଯାଏ ଯେ ସୁନ୍ନି ଇସଲାମର ପଣ୍ଡିତମାନେ ଧାର୍ମିକ ଅନୁଷ୍ଠାନ ସହାୟତାରେ ପାକିସ୍ତାନରେ ସେମାନଙ୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତାଲିବାନ ଉପରେ ‘ଦେଓବନ୍ଦି’ ବିଚାରଧାରାର ପ୍ରଭାବ ରହିଛି । ଏହି ତାଲିବାନ ପାଇଁ ପ୍ରଥମେ ସାଉଦି ଆରବରୁ ଆର୍ଥିକ ସହାୟତା ଆସୁଥିଲା ବୋଲି ସୂଚନା ରହିଛି । ତେଣୁ ତାଲିବାନ ଆଗକୁ ବଢିବା ପଛରେ ପାକିସ୍ତାନ ଏବଂ ସାଉଦି ଆରବ ବୋଲି କୁହାଯାଏ ।, ନରମୁଛି କି ତାଲିବାନର ?ସଂଗଠନ ଆରମ୍ଭ ହେବା ଦିନରୁ ତାଲିବାନ ଘୋଷଣା କରିଥିଲା ଯେ ଇସଲାମିକ ଅଞ୍ଚଳରୁ ବିଧର୍ମୀ ଶାସନକୁ ହଟାଯିବ। ଶରିଆ ଆଇନ ଏବଂ ଏକ ଇସଲାମିକ ରାଷ୍ଟ୍ର ପ୍ରତିଷ୍ଠା କରିବା ଏମାନଙ୍କର ଲକ୍ଷ୍ୟ ଥିଲା। ଆରମ୍ଭରୁ ଏମାନେ ଲୋକଙ୍କ ଉପରେ ଅତ୍ୟାଚାର କରି ସନ୍ତୁଷ୍ଟ ହେଉଥିଲେ। କିନ୍ତୁ ସେତେବେଳେ ଲୋକେ ହଠାତ୍ ପ୍ରତିକ୍ରିୟାଶୀଳ ହୋଇନଥିଲେ। ପରବର୍ତ୍ତୀ ସମୟରେ ତାଲିବାନ ଏତେ ଶକ୍ତିଶାଳୀ ହୋଇଗଲା ଯେ ତାଙ୍କଠାରୁ ମୁକ୍ତି ପାଇବା ପାଇଁ ଲୋକଙ୍କ ଆଶା ଶେଷ ହୋଇଯାଇଥିଲା। ଆଉ କିଭଳି ମୁକ୍ତି ପାଇବେ ସେ ନେଇ ତ୍ରାହି ତ୍ରାହି ଡାକୁଥିଲେ।, ନରମୁଛି କି ତାଲିବାନର ?ବିିଦ୍ରୋହୀମାନେ ଆଫଗାନିସ୍ତାନକୁ ସୁରକ୍ଷିତ ରଖିବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ପୂର୍ବ ସରକାର କିମ୍ବା ବିଦେଶୀ ସରକାର କିମ୍ବା ବାହିନୀ ସବିତ କାମ କରିଥିଲେ ସେମାନଙ୍କ ଉପରେ ସେ ପ୍ରତିଶୋଧ ନେବାକୁ ଚାହୁଁନାହାନ୍ତି । ତାଲିବାନ କହିଛି ଯେ ସେମାନେ ଅନ୍ୟ ଦେଶ ସହ ଶାନ୍ତିପୂର୍ଣ୍ଣ ସମ୍ପର୍କ ରଖିବାକୁ ଚାହୁଁଛନ୍ତି । ଆଫଗାନିସ୍ତାନରେ ରୁଷର ପ୍ରଭାବକୁ ଶେଷ କରିବା ପାଇଁ ତାଲିବାନକୁ ଆମେରିକା ହିଁ ସମର୍ଥନ କରିଥିବା କୁହାଯାଏ। ୧୯୯୮ ସୁଦ୍ଧା ତାଲିବାନ ଆଫଗାନିସ୍ତାନର ପ୍ରାୟ ୯୦% ନିୟନ୍ତ୍ରଣରେ ରଖିଥିଲା। ହେଲେ ୯/୧୧ର ଟୁଇନ୍‌ ଟାୱାର ଧ୍ୱଂସ ଘଟଣା ପରେ ଆମେରିକାର ତାଲିବାନ ପ୍ରତି ଥିବା ଚିନ୍ତାଧାରା ବଦଳିଥିଲା। ଏହି ଆକ୍ରମଣ ପଛରେ ଅଲକାଏଦା ଏବଂ ଲାଡେନ ଥିଲେ। ଏମାନଙ୍କୁ ତାଲିବାନ ହିଁ ସୁରକ୍ଷା ଯୋଗାଇଥିଲା ବୋଲି ଆମେରିକା ଜାଣିବାକୁ ପାଇଥିଲା।

 

Post Your View

Leave a Reply

Your email address will not be published. Required fields are marked *

Back to top button