କ୍ବାରେଣ୍ଟାଇନରେ ଟିମ ଇଣ୍ଡିଆ

୩ ଦିନ ଯାଏଁ ପରସ୍ପରକୁ ଭେଟିପାରିବେନି, ଗାଇଡଲାଇନ ପାଳନ କରିବାକୁ ପରାମର୍ଶ

କରୋନା ମହାମାରୀର ପ୍ରଭାବ ସାରା ବିଶ୍ୱରେ ପଡିଛି । ଏହି ମହାମାରୀ କବଳରୁ କେହିବି ରକ୍ଷ୍ୟା ପାଇ ନାହାନ୍ତି । ସେ କଳାକାର ହୁଅନ୍ତୁ ବା କ୍ରିକେଟର ସବୁ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି । ପ୍ରଥମ ମହାମାରୀ ସମୟରେ ବି ଅନେକ ବଲିଉଡ କଳାକାର ମାନେ ସଂକ୍ରମିତ ହୋଇଥିଲେ । ଏହାସହ ଆଇପିଏଲ୍‌ରେ ଅନେକ କ୍ରିକେଟର ମଧ୍ୟ ଏହି ମହାମାରୀ କବଳରେ ଆସିଥିଲେ । ଏହାପରେ ଆଇପିଏଲ ମଧ୍ୟ ବନ୍ଦ କରାଯାଇଥିଲା ।ଭାରତୀୟ କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡରେ ପହଞ୍ଚିସାରିଛି । ଜୁନ ୧୮ ରୁ ୨୨ ତାରିଖ ଯାଏଁ ସାଉଥଆମ୍ପଟନରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ । ଏ ନେଇ ଉଭୟ ଟିମ ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡିଛନ୍ତି । WTC ଫାଇନାଲ ପରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ ।, କ୍ବାରେଣ୍ଟାଇନରେ ଟିମ ଇଣ୍ଡିଆଏହା ପୂର୍ବରୁ ୩ ଦିନ ପାଇଁ ଖେଳାଳୀମାନଙ୍କୁ ପୃଥକବାସରେ ରଖାଯାଇଛି । ଏହି ସମୟ ମଧ୍ୟର କ୍ବାରେଣ୍ଟାଇନ ନିୟମ କଡାକଡି ଭାବେ ପାଳନ କରାଯାଇଛି । ଖେଳାଳୀମାନେ ପରସ୍ପର ମଧ୍ୟରେ ସାମ୍ନାସାମ୍ନି ଆସି କଥା ହେବା, ଖାଇବା ଏବଂ ଅଭ୍ୟାସ କରିବା ଉପରେ ରୋକ ଲଗାଯାଇଛି । ତେବେ ଭାରତୀୟ ଟିମ ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତି କରିବାକୁ ଖୁବ କମ ସମୟ ରହିବ । ସେପଟେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜାରି ରହିଥିବାରୁ କିଓ୍ବି ଟିମ ପାଇଁ ଏହା ବେଶ ସହାୟକ ହେବ ।ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚାର୍ଟାର୍ଡ ​​ବିମାନରେ ଯାତ୍ରା କରୁଥିବା ଭାରତୀୟ ଦଳର ଏକ ଭିଡିଓ ଟ୍ବିଟରରେ ସେୟାର କରିଛି ।, କ୍ବାରେଣ୍ଟାଇନରେ ଟିମ ଇଣ୍ଡିଆଭିଡିଓରେ ଖେଳାଳୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଅକ୍ଷର ପଟେଲ କହିଛନ୍ତି, “ମୁଁ ବହୁତ ଶୋଇଥିଲି। ବର୍ତ୍ତମାନ ଆମକୁ ଅଲଗା ରହିବାକୁ ପଡିବ। ଆମକୁ କୁହାଯାଇଛି ଯେ ଯଦି ଆମେ ତିନି ଦିନ ପରସ୍ପରକୁ ଭେଟି ପାରିବା ନାହିଁ, ଅର୍ଥାତ ସମସ୍ତେ କ୍ବାରେଣ୍ଟାଇନରେ ରହିବୁ।”ଭାରତର ପୁରୁଷ ଓ ମହିଳା ଉଭୟ ଦଳ ଏକ ସ୍ବତନ୍ତ୍ର ବିମାନରେ ଇଂଲଣ୍ଡ ଯାତ୍ରା କରିଥିଲେ । ଲଣ୍ଡନରେ ପହଞ୍ଚିବା ପରେ ଭାରତୀୟ ଦଳ ବସ୍ ଯୋଗେ ଦୁଇ ଘଣ୍ଟା ଯାତ୍ରା କରିବା ପରେ ସାଉଥକ୍ରମ୍ପଟନରେ ପହଞ୍ଚିଥିଲେ। ମହିଳା ଦଳ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, ତିନୋଟି ଦିନିକିଆ ଏବଂ ୩ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ । ମହିଳା ଟିମର ସିରିଜ ଜୁଲାଇ ୧୫ ତାରିଖରେ ଶେଷ ହେବ।

Post Your View

Leave a Reply

Your email address will not be published. Required fields are marked *

Back to top button