ଆସନ୍ତା କାଲିଠାରୁ ଅଲାରନାଥରେ ଚାଲିବ ଦର୍ଶନ କିନ୍ତୁ ଅସଜଡା ଅବସ୍ଥାରେ ମନ୍ଦିର!

ସ୍ନାନ ସାରିବା ପରେ ୧୫ଦିନ ଶ୍ରୀଜିଉ ଅଣସର ଘରେ ପଡିରହିଥାନ୍ତି। ଏହି ସମୟରେ ଭଗବାନଙ୍କୁ ଅଲରାନାଥଙ୍କ ଠାରେ ଦର୍ଶନ କରିଥାନ୍ତି ଭକ୍ତ। କିନ୍ତୁ ଭଗ୍ନ ଅବସ୍ଥାରେ ରହିଛି ମନ୍ଦିର। ପ୍ରଶାସନ ପକ୍ଷରୁ ଯୋରସୋରରେ ଚାଲିଛି କାମ। ଫନି ପରବର୍ତ୍ତି ଏବେ ଯାଏଁ ସଜାଡି ହୋଇ ପାରି ନାହିଁ ମନ୍ଦିର। ଇତି ମଧ୍ୟରେ ଏକ ମାସରୁ ଅଧିକ ସମୟ ହୋଇଯାଇଥିଲେ ହେଁ ବ୍ୟବସ୍ଥାରେ କୈାଣସି ପରିବର୍ତ୍ତନ ଆସି ନାହିଁ।

 କିଛି ମାତ୍ରାରେ ମରାମତି ହୋଇଛି ତଥାପି ସ୍ଥିତି ସୁଧୁରି ନାହିଁ।
ମନ୍ଦିରରେ ଲାଗି ଥିବା ସମସ୍ତ ସିସିଟିଭି ଅଚଳ ଅବସ୍ଥାରେ ଥିବା ବେଳେ କାଶୀ ବିଶ୍ୱନାଥ ମନ୍ଦିରରେ ଘଣ୍ଟା ଲାଗି ନାହିଁ। ଫନି ମାଡ ରେ କାନ୍ଥରେ ପାଟ ଦେଖା ଦେଇଛି କିନ୍ତୁ ତାହା ମରାମତି ହୋଇନି କିମ୍ବା ମନ୍ଦିର ସଂପୁର୍ଣ୍ଣ ରଙ୍ଗ ହୋଇ ନାହିଁ। ମନ୍ଦିର ଯିବା ରାସ୍ତାରେ ପାଣି ଜମି ରହିଛି। ଭକ୍ତ ଲାଇନ ବାନ୍ଧି ଛିଡା ହୋଇ ରହୁଥିବା ସ୍ଥାନରେ ଆଣ୍ଟୁଏ ପାନି ଜମି ରହିଛି ତେବେ ଜଲିଦି ସ୍ଥିତିରେ ସୁଦାର ଆସିବ ବୋଲି ଆଶା କରାଯାଉଛି।

Post Your View

Leave a Reply

Your email address will not be published. Required fields are marked *

Back to top button