ଓଡିଶାରେ ଉଦ୍‌ଘାଟିତ ହେଲା ପ୍ରଥମ ଫାୟାର ପାର୍କ

ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଫାୟାର ଷ୍ଟେସନ୍‌ରେ ଏହି ପାର୍କକୁ ଭିଡିଓ କନଫରେନ୍ସିଙ୍ଗ୍ ଜରିଆରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ...

କରୋନା ମହାମାରୀ ଆଜକୁ ୧୦ ମାସରୁ ଉର୍ଦ୍ଧ ସମୟ ହୋଇଯିବ ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି । କେବେ ଲକ୍‌ଡାଇନ୍ ତ କେବେ ସଟ୍‌ଡାଉନ୍ ମାଧ୍ୟମରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ରଖିଛନ୍ତି ସରକାର । ୨୦୨୦ ଆରମ୍ଭରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସାରା ଭାରତ ବାସିନ୍ଦା । କେବେ କରୋନା ଭୂତାଣୁ ତ ଆଉ କେବେ ବାତ୍ୟା । ସରକାର ସବୁ ଅସୁବିଧାର ସମୟରେ ସାରା ଭାରତ ବର୍ଷରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ରଖିଛନ୍ତି । ଅର୍ଥନୀତି ଅଉରେ ଅନେକ ପ୍ରଭାବ ସହ ସାଧାରଣ ଲୋକଙ୍କ ବଞ୍ଚିବା ଉପରେ ଅନେକ ପ୍ରଭାବ ପଡିଛି । , ଓଡିଶାରେ ଉଦ୍‌ଘାଟିତ ହେଲା ପ୍ରଥମ ଫାୟାର ପାର୍କତେବେ କରୋନା ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ବିଶ୍ୱର ସମସ୍ତ ଦେଶରେ ଟିକା ପ୍ରସ୍ତୁତି ଯୁଦ୍ଧଭିତ୍ତିକ ସ୍ତରରେ ହେଉଛି । ସାଧାରଣ ଲୋକଙ୍କ ମନରେ ଏବେ ହୁଏତ ଟିକେ କମ ଡର ଦେଖିବାକୁ ମିଳିବ । କିନ୍ତୁ କରୋନା ମହାମାରୀ ଭୟ ଅନେକ ଲୋକଙ୍କୁ ମୃତ୍ୟୁ ମୁହଁରେ ପହଁଚାଇଛି । ଏହାସହ ଖାସି ଦେଶ ନୁହେଁ , ଦେଶ ବାହାରେ ମଧ୍ୟ କରୋନା ଭୁତାଣୁ ଅନେକ ପ୍ରକାର ଅସୁବିଧା କରାଇଛି ।, ଓଡିଶାରେ ଉଦ୍‌ଘାଟିତ ହେଲା ପ୍ରଥମ ଫାୟାର ପାର୍କତେବେ ଧିରେ ଧିରେ ସ୍ଥିତି ସୁଧାରକୁ ଆସିବା ପରେ ସରକାର ଅନେକ କିଛି କଟକଣାକୁ କୋହଳ କରିଛନ୍ତି । ଅନେକ ମନ୍ଦିର ଓ ପାର୍କ ମଧ୍ୟ ବନ୍ଦ ରହିଥିଲା । କିନ୍ତୁ ସେ ସବୁକୁ ଧିରେ ଧିରେ ଖୋଲା ଯାଉଛି । ଦେଶର ସର୍ବ ପ୍ରଥମ ଫାୟାର ପାର୍କ ଓଡିଶାରେ ଉଦଘାଟିତ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି ଫାୟାର ପାର୍କ ପୁରା ଦେଶ ପାଇଁ ଏକ ଉଦାହରଣ ହୋଇଛି ।, ଓଡିଶାରେ ଉଦ୍‌ଘାଟିତ ହେଲା ପ୍ରଥମ ଫାୟାର ପାର୍କମଙ୍ଗଳବାର ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଫାୟାର ଷ୍ଟେସନ୍‌ରେ ଏହି ପାର୍କକୁ ଭିଡିଓ କନଫରେନ୍ସିଙ୍ଗ୍ ଜରିଆରେ ଉଦଘାଟିତ କରାଯାଇଛି । ଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ନିଆଁ ଲାଗିଲେ କେମିତି ସରଳ ଓ ସହଜ ଉପାୟରେ ନିଆଁକୁ ଆୟତ କରାଯାଇ ପାରିବ ସେ ବିଷୟରେ ଲୋକମାନଙ୍କୁ ଡେମୋ ଦେଖାଇ ସଚେତନ କରାଯିବା ଏହି ପାର୍କର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।, ଓଡିଶାରେ ଉଦ୍‌ଘାଟିତ ହେଲା ପ୍ରଥମ ଫାୟାର ପାର୍କତେବେ ଏହି ପାର୍କ ସବୁ ସନିବାର ୨ ଘଣ୍ଟା ସାଧାରଣ ଲୋକଙ୍କ ପାଇଁ ଖୋଲା ରଖାଯିବ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଏହି ଫାୟାର ପାର୍କରେ ପ୍ରବେଶ କରିବାକୁ ସୁଯୋଗ ମିଳିବ । ଏହି ପାର୍କର ଉଦଘାଟନୀ ଅବସରରେ ଦେଶର ପ୍ରଥମ ଫାୟାର ପାର୍କ ରାଜ୍ୟ ତଥା ଦେଶ ବାସୀଙ୍କୁ ଅଗ୍ନିକାଣ୍ଡରୁ କିଭଳି ଦୂରେଇ ରହିହେବ ସେ ବିଷୟରେ ସଚେତନ କରାଇବା ସହିତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାର ସାହାସ ମଧ୍ୟ ଯୋଗାଇବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button