କ୍ଲିନିକାଲ ଟ୍ରାଏଲ ହେବ କୋଭାକ୍ସିନ ଓ କୋଭିସିଲ୍ଡ ମିଶ୍ରିତ ଡୋଜ

କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରଣ ଉପରେ ଅଧ୍ୟୟନ କରିବାକୁ ଅନୁମତି ଦେଲା ଡିସିଜିଆଇ । କିଛି ଦିନ ତଳେ ଆଇସିଏମଆର କହିଥିଲା ଯେ, କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରିତ ଖୋରାକ ସର୍ବାଧିକ ପ୍ରଭାବଶାଳୀ । ଏଭଳି ମିଶ୍ରିତ ଡୋଜ ନେଉଥିବା ଲୋକଙ୍କ ଶରୀରରେ କରୋନା ସଂକ୍ରମଣର ସମ୍ଭାବନା କମ ରହୁଛି । ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଛି । ଏହାକୁ ନଜରରେ ରଖି କୋଭିିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରଣକୁ ନେଇ ଅଧ୍ୟୟନ କରିବା ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ, ଡିସିଜିଆଇ ଅନୁମତି ଦେଇଛନ୍ତି । ହେଲେ ଏହି ଦୁଇଟି ଟିକାର ମିଶ୍ରଣ ଖୋରାକ ସର୍ବାଧିକ ପ୍ରଭାବୀ ବୋଲି କିଛିଦିନ ତଳେ ବିଶେଷଜ୍ଞମାନେ ମତ ଦେବା ପରେ ଏହାର କ୍ଲିନିକାଲ ଟ୍ରାଏଲକୁ ମଞ୍ଜୁରୀ ପ୍ରଦାନ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ । ଏନେଇ ତାମିଲନାଡୁ ଭେଲ୍ଲୁରରେ ଥିବା ଖ୍ରୀଷ୍ଟିଆନ ମେଡିକାଲ କଲେଜ (ସିଏମସି)ରେ କ୍ଲିନିକାଲ ଟ୍ରାଏଲ କରାଯିବ ବୋଲି କୁହାଯାଇଛି ।, କ୍ଲିନିକାଲ ଟ୍ରାଏଲ ହେବ କୋଭାକ୍ସିନ ଓ କୋଭିସିଲ୍ଡ ମିଶ୍ରିତ ଡୋଜଏହି ଅଧ୍ୟୟନ ଏବଂ ଏହାର କ୍ଲିନିକାଲ୍ ପରୀକ୍ଷା, ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ୍ କଲେଜ ଦ୍ୱାରା ପରିଚାଳିତ ହେବ । ବିଶେଷଜ୍ଞ କାର୍ଯ୍ୟ ସମିତି କିଛିଦିନ ପୂର୍ବରୁ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ସହ ନାକରେ ପକାଯାଉଥିବା ଭାରତ ବାୟୋଟେକର ଟିକା ଉପରେ ଅଧ୍ୟୟନ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହି ସମୟରେ ଏସଇସି କହିଥିଲେ ଯେ ଅନେକ ଦେଶ ଏବେ ତା’ର ନାଗରିକମାନଙ୍କୁ ମିଶ୍ରିତ କରୋନା ଟିକା ଦେଉଛି ଓ ତାହାର ପରିଣାମ ଭଲ ରହୁଛି । ଭେଲ୍ଲୋରରେ ଥିବା ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ଗବେଷଣା ଓ ଟ୍ରାଏଲ କରାଯିବ । ଏହାର ରିପୋର୍ଟ ମିଳିବା ପରେ ଦେଶରେ ମିକ୍ସିଂ ଡୋଜ୍‌ ବ୍ୟବହାର ହେବ କି ନାହିଁ, ତା ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଯଦି ପରୀକ୍ଷଣ ସଫଳ ହୁଏ ତେବେ ଟିକାର ଅଭାବ ବହୁ ପରିମାଣରେ ଦୂର ହୋଇ ପାରିବ। ଜଣେ ଭିନ୍ନଭିନ୍ନ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ କୋଭିଡ୍‌ ଟିକା ନେଇ ପାରିବେ।

Post Your View

Leave a Reply

Your email address will not be published. Required fields are marked *

Back to top button