କୋଭିଡ ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ନେଇ ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା ..

କରୋନା ମହାମାରୀ ପାଇଁ ପୁଣି ଭୟ ବିତ ଜନସାଧାରଣ । ଗତବର୍ଷ ମଧ୍ୟ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଥିଲା । ଚଳିତ ବର୍ଷ ମଧ୍ୟ ସେହି ପରିବାବରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ସାରା ବିଶ୍ୱ ଏହି କରୋନା ମହାମାରୀ ପାଇଁ ଚିନ୍ତିତ ଲୋକମାନେ କରୋନା ମହାମାରୀ ସମୟରେ ନାହିଁ ନଥିବା ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଛନ୍ତି । ବାହାରେ ରହୁଥିବା ଲୋକେ ଘର ମୁହାଁ ହୋଇଥିଲେ । ବର୍ତ୍ତମାନ ର ସ୍ଥିତି ମଧ୍ୟ ପୁଣି ଥିରେ ସେହି ପରି ହେଲାଣି । ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଜନସାଧାରଣ ତାହାକୁ ଦୁର କରିବା ପାଇଁ ସରକାର ମଧ୍ୟ ଅନେକ ପ୍ରୟାସ କରିଛନ୍ତି ।, କୋଭିଡ ମୁକାବିଲା ପାଇଁ ସରକାର ପ୍ରସ୍ତୁତକିନ୍ତୁ ଏହାପରେ ମଧ୍ୟ କରୋନା ମହାମାରୀ ତାର ତାଣ୍ଡବ ପୁଣିଥିରେ ଆରମ୍ଭ କରିଦେଲାଣି । ଜାନୁଆରୀ ମାସରୁ କରୋନା ମହାମାରୀର ଟିକା ମଧ୍ୟ ପହଁଚିଥିଲେ ଏହା ସହ ଜନସାଧାରଣ ମଧ୍ୟ ଏହି ଟିକାକୁ ନେଇଥିଲେ । କିନ୍ତୁ ଏହା ପରେ ମଧ୍ୟ କରୋନା ମହାମାରୀର ଦ୍ୱିତୀୟ ଲହରି ବହୁ ବିପଦି ଜନକ ଅଟେ ।ପ୍ରବାସୀ ଓଡ଼ିଆ ଆସିବା ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା। କିଛି ସ୍ଥାନରେ ପ୍ରବାସୀ ଓଡ଼ିଆ ଆସୁଛନ୍ତି। ସେମାନଙ୍କୁ ଟେଷ୍ଟିଂ କରାଯାଉଛି। ଆଗକୁ ପ୍ରବାସୀ ଓଡ଼ିଆଙ୍କ ଗୋଟିଏ ଗାଇଡ଼ଲାଇନ କରିବା ପାଇଁ ବିଚାର କରାଯାଉଛି।, କୋଭିଡ ମୁକାବିଲା ପାଇଁ ସରକାର ପ୍ରସ୍ତୁତଅସ୍ଥାୟୀ ମେଡିକାଲ କେନ୍ଦ୍ରକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। କିଛି ରାଜ୍ୟରେ ଅଧିକ ସଂକ୍ରମଣ ହେଉଛି।  ସମ୍ପୃକ୍ତ ରାଜ୍ୟରୁ କିଛି ଲୋକ ଆସୁଥିବେ। ସରକାର କୋଭିଡ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।ସୀମାନ୍ତରେ ଜୋରସୋରରେ ଚେକିଂ ହେଉଛି। ଯେଉଁମାନେ ନେଗେଟିଭ ରିପୋର୍ଟ ନେଇକି ଆସୁଛନ୍ତି ସେମାନଙ୍କୁ କେବଳ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଉଛି। ଯେଉଁମାନେ ରିପୋର୍ଟ ନେଇ ଆସୁନାହାନ୍ତି ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଉଛି। ଗତଥର କରୋନାକୁ ଲୋକେ ଯେତିକି ଭୟ କରୁଥିଲେ ଏଥର ସେତିକି ଭୟ କରୁନାହାନ୍ତି। ଛତିଶଗଡ଼ ପାଇଁ ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ ପଜିଟିଭ ସଂଖ୍ୟା ବଢୁଛି। ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଗତକାଲି କହିଛନ୍ତି ସମସ୍ତଙ୍କୁ କୋଭିଡ ନିୟମ ମାନିବା ପାଇଁ ।

Post Your View

Leave a Reply

Your email address will not be published. Required fields are marked *

Back to top button