ଆରପାରିରେ ହକି ଗୋଲ୍ଡବିଜେତା ବଲବୀର

ଆର ପାରିରେ ଅଲମ୍ପିକ ହକି ଖେଳାଳୀ ବଲବୀର ସିଂ । ସେ ହକି ଗୋଲ୍ଡର ବିଜେତା ଥିଲେ । କିନ୍ତୁ ତାଙ୍କର ଦେହାନ୍ତରେ ହକି ଜଗତରେ ଏକ ଶୋକର ଛାୟା ଖେଳିଯାଇଛି । ସେ ଆମ ଭାରତକୁ ତିନିଥର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ଜିତାଇବାରେ ସଫଳ ହୋଇଛନ୍ତି ।ବଲବୀର ସିଂ ଦୁଇ ସପ୍ତାହରୁ ।ଧିକ ସମୟ ଧରି ନିଜ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସଂଗ୍ରାମ କରିଚାଲିଥିଲେ । ହେଲେ ଏତେ ଦିନର ସଂଗ୍ରାମର ଅନ୍ତ ସେ ଆଖିବୁଜି ଦେଇ ଚାଲିଗଲେ । ଆମ ଦେଶର ସର୍ବଶ୍ରେଷ୍ଟ ଖେଳାଳୀଙ୍କ ଭିତରୁ ପଦ୍ମଶ୍ରୀ ବଲବୀର ସିଂ ଆଧୁନିକ ଅଲମ୍ପିକସ୍ ଇତିହାସରେ ଆର୍ନ୍ତର୍ଜାତୀୟ ଅଲମ୍ପିକ କମିଟି ଦ୍ୱାରା ଚୟନ ୧୬ଟି କିମ୍ବଦନ୍ତୀ ମଧ୍ୟରେ ଥିଲେ ଏକମାତ୍ର ଭାରତୀୟ । ଆଉ ଅଲମ୍ପିକ୍ସର ପୁରୁଷ ହକି ଫାଇନାଲରେ ଅଧିକାଂଶ ଗୋଲ ପାଇଁ ତାଙ୍କର ବିଶ୍ୱ ରେକର୍ଡ ଏ ପର୍ଯ୍ୟନ୍ତ ଅପରାଜିତ ରହିଛି । ବଲବୀର ୧୯୪୮,୧୯୫୨,୧୯୫୬ରେ ଅଲମ୍ପିକ ହକି ଗୋଲ୍ଡ ବିଜେତା ଥିଲେ । ତାଙ୍କ ଦେହାନ୍ତ ବେଳେ ତାଙ୍କର ବୟସ ୯୫ ବର୍ଷ ଥିଲା । ତାଙ୍କୁ ଲଗାତାର ଜ୍ୱର ହେଉଥିବାରୁ ତାଙ୍କର କରୋନା ଭୁତାଣୁ ପରୀକ୍ଷା ହୋଇଥିଲା । କିନ୍ତୁ ତାହା ନେଗେଟିଭ୍ ଆସିଲା ।

Post Your View

Leave a Reply

Your email address will not be published. Required fields are marked *

Back to top button
Close