4 କୋଟି ଲୋକଙ୍କ ହତ୍ୟାକାରୀ

ଏ କାହାଣୀ ହେଉଛି ଦୁନିଆର ସବୁଠୁ କ୍ରୁର ଓ ଆତଙ୍କି ଶାସନର ବାଦ୍ଶାହା ଚଂଗେଜ୍ ଖାନ୍ଙ୍କର । ଯିଏ କି ନିଜ ଜୀବନ କାଳ ଭିତରେ କୈାଣସି ଯୁଦ୍ଧରେ ହାରିନାହାନ୍ତି । ଯଦି ଇତିହାସରେ ସବୁଠୁ ନିର୍ଦ୍ଧୟୀ ଓ ବର୍ବର ଶାସକଙ୍କ ନାମ ଧରାଯାଏ ତେବେ ଚଂଗେଜ୍ ଖାନ୍ଙ୍କର ନାଁ ପ୍ରଥମେ ଆସିବ । ଇତିହାସରେ ଚଂଗେଜ୍ ଖାନ୍ କୁ ନେଇ ବହୁତ କାହାଣୀ ଲିପିବଦ୍ଧ ହୋଇରହିଛି । କିନ୍ତୁ ଚଂଗେଜ୍ ଖାନ ଙ୍କ ମୃତ୍ୟୁ ପରେ ମଗୋଲ୍ ଭାଷାରେ ଏକ ବହି ଲେଖା ହୋଇଥିଲା ଯାହାର ନାଁ ଥିଲା ଗ୍ଧଷର ଗ୍ଦରମକ୍ସରଗ୍ଧ ଷସଗ୍ଦଗ୍ଧକ୍ଟକ୍ସଚ୍ଚ କ୍ଟଲ ଗ୍ଧଷର ଗକ୍ଟଦ୍ଭଶକ୍ଟକ୍ଷଗ୍ଦ । ଯେଉଁ ବହିରେ ଚଂଗେଜ୍ ଖାନ୍ଙ୍କ ବିଷୟରେ ଏପରି କିଛି ରହସ୍ୟ ଉଲ୍ଲେଖ୍ୟ ରହିଛି ଯାହା ବହୁତ ଲୋକ ଜାଣିିନଥିବେ । ବାସ୍ତବରେ ସେ କଣ ଥିଲେ? କିପରି ଏତେ ବଡ ମୋଗଲ ସାମ୍ରାଜ୍ୟର ସ୍ଥାପନ କରିଥିଲେ ସେ? ୧୨୦୬ ମସିହାରୁ ୧୨୨୭ ମଧ୍ୟରେ ଚଂଗେଜ୍ ଖାନ୍ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ । ସେ ପୃଥିବୀର ପ୍ରାୟଃ ୨୨ ପ୍ରତିଶତ ଭାଗ କୁ ନିଜର ସାମ୍ରାଜ୍ୟ କରିବାରେ ସଫଳ ହୋଇଥିଲେ । ଚୀନ୍ ଠାରୁ ଆରମ୍ବ କରି ,ରୁଷିଆ,ଉଜ୍ବେକିସ୍ଥାନ,ଆଫ୍ଗାନିସ୍ଥାନ,ଆଫ୍ରିକା,ଜାପାନ୍ ,ଉତରସାଇବେରିଆ,ଇରାନ୍.ଇରାକ୍ ,ବୁଲ୍ଗେରିଆ,ହଙ୍ଗେରୀ ପର୍ଯ୍ୟନ୍ତ ଚଂଗେଜ୍ ଖାନ୍ଙ୍କର ଶାସନ ଚାଲୁଥିଲା । ଭାରତରେ ମୋଗଲ୍ ସାମ୍ରାଜ୍ୟର ସ୍ଥାପନା କରିଥିବା ବାଦ୍ଶାହା ବାବର ଠାରୁ ଆରମ୍ବ କରି ବାହାଦୁର ସାହାଜଫର ପର୍ଯ୍ୟନ୍ତ ସମସ୍ତେ ଚଂଗେଜ୍ ଖାନ୍ଙ୍କର ବଂଶଜ ଥିଲେ । ମହାନ୍ ପରାକ୍ରମୀ ଚଂଗେଜ୍ ଖାନ୍ଙ୍କର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା କାହାଣୀ ଆପଣମାନଙ୍କୁ ପ୍ରାୟଃ ୮୦୦ ବର୍ଷ ପୂର୍ବକୁ ନେଇଯିବ ।ଚଂଗେଜ୍ ଖାନ୍ଙ୍କ ୧୧୬୨ ମସିହାରେ ମଙ୍ଗୋଲିୟାର କ୍ଷେତି ପ୍ରାନ୍ତରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ୟସୁଖାଇ ସେ ମଙ୍ଗୋଲ କବେଲାର ସଦ୍ଧାର ଥିବା ସହିତ ଜଣେ ଶକ୍ତିଶାଳୀ ଯୋଦ୍ଧା ମଧ୍ୟ ଥିଲେ ।ଜଣେ ପରାକ୍ରମୀ ଯୋଦ୍ଧା ର ପୁଅ ହୋଇଥିବାରୁ ଚଂଗେଜ୍ ପିଲାଦିନୁ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ଥିଲେ । ତାଙ୍କ ୧୦ ବର୍ଷ ବୟସରେ ତାଙ୍କ ପିତାଙ୍କର ମୃତ୍ୟ ହୋଇଯାଇଥିଲା । ଚଂଗେଜ୍ଙ୍କ ନାଁ ରେ ଖାନ୍ ଲାଗିଥିବାରୁ ବହୁତ ଜଣେ ତାଙ୍କୁ ମୁସ୍ଲିମ୍ ବୋଲି ଭାବନ୍ତି । କିନ୍ତୁ ଚଂଗେଜ୍ଙ୍କର ଅସଲି ନାଁ ହେଉଛି ତେମୁଜିନ୍ । ତାଙ୍କର ପାରଦର୍ଶିତା ଓ କୈାଶଳ କୁ ଦେଖି ତାଙ୍କ କବେଲାରେ ସମସ୍ତେ ତାଙ୍କୁ ସର୍ଦ୍ଧାର ଘୋଷଣା କରିଦେଲେ ଏବଂ ତାଙ୍କୁ ଚଂଗେଜ୍ କାଗାନ୍ ର ଆଖ୍ୟା ଦେଇଥିଲେ । ଚଂଗେଜ୍ ମାନେ ହେଉଛି ବିଶ୍ୱ ଓ କାଗାନ୍ ର ଅର୍ଥ ହେଉଛି ସମ୍ରାଟ । ଅର୍ଥାତ୍ ବିଶ୍ୱ ସମ୍ରାଟ ଥିଲେ ଚଂଗେଜ୍ । କିନ୍ତୁ କିଛି ଦିନ ପରେ ଚଂଗେଜ୍ କାଗାନ୍ ପରିବର୍ତନ ହୋଇ ଚଂଗେଜ୍ ଖାନ୍ ହୋଇଗଲା । ସେବେଠାରୁ ସମସ୍ତେ ତାଙ୍କୁ ଚଂଗେଜ୍ ଖାନ୍ ବୋଲି ଜାଣିଛନ୍ତି । ତାଙ୍କୁ ୫୧ ବର୍ଷ ହୋଇଥିବା ସମୟରେ ତାଙ୍କର ପ୍ରଥମ ବିଜୟ ଯାତ୍ରା ଆରମ୍ଭ ହୋଇଥିଲା । ତାଙ୍କ ସ୍ତ୍ରୀ କୁ ଅନ୍ୟ କବେଲା ର ଲୋକମାନେ ଅପହରଣ କରିନେଇଥିଲେ । ସେ ନିଜ ସେନା ବାହିନୀକୁ ସଂଗଠିତ କରି ଶତ୍ରୁଙ୍କୁ ନିପାତ କରି ନିଜ ସ୍ତ୍ରୀକୁ ଉଦ୍ଧାର କରିଥିଲେ ।ଏହିପରି ଭାବରେ ସେ ଧିରେ ଧିରେ ଶତ୍ରୁଙ୍କୁ ବିନାଶ କରି ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ଲାଗିଲେ । କୁହାଯାଏ ଯେ ୧୨୦୬ ରୁ ୧୨୨୭ ମଧ୍ୟରେ ସେ ଦୁନିଆର ଗୋଟିଏ ବିରାଟକାୟ ଜାଗାକୁ ନିଜ ଅଧିନ କୁ ଆଣିଥିଲେ ଯାହାର କ୍ଷେତ୍ରଫଳ ୩କୋଟି ୩୦ ଲକ୍ଷ ବର୍ଗ କିଲୋମିଟର । ଏହା ବର୍ତମାନର ଭାରତ ଠୁ ୧୦ ଗୁଣା ଅଧିକ ।ଏତେବଡ କ୍ଷେତ୍ର କୁ ଆଜି ପର୍ଯ୍ୟନ୍ତ କୈାଣସି ସମ୍ରାଟ ଜୟ କରିନାହାନ୍ତି । ଚଂଗେଜ୍ ଖାନ୍ ଯୁଦ୍ଧ ସମୟରେ ନୁତନ କୈାଶଳ ର ନିର୍ମାଣ କରି ନିଜ ସେନା ମାନଙ୍କୁ ତାଲିମ୍ ପ୍ରଦାନ କରୁଥିଲେ । ସେ ଘୋଡା ମାନଙ୍କୁ ଯୁଦ୍ଧରେ ଅଧିକ ପ୍ରୟୋଗ କରୁଥିଲେ ।ଯୁଦ୍ଧ ସମୟରେ ଯଦି ଗୋଟିଏ ଘୋଡା ଆଘାତ ହୁଏ ତେବେ ଯଥାଶିଘ୍ର ସେ ସୈ÷ନିକ ପାଖରେ ଅନ୍ୟ ଏକ ଘୋଡା କିପରି ଶିଘ୍ର ପହଞ୍ଛିବ ତାର ତାଲିମ୍ ଦେଇଥିଲେ ।ତାଙ୍କର ସୈ÷ନ୍ୟସାମନ୍ତ କମ୍ ଥିଲେ ମଧ୍ୟ ନିଜର ଉନ୍ନତ କୈାଶଳ ପାଈଁ ସେମାନେ ସବୁବେଳେ ଯୁଦ୍ଧ ରେ ଜୟଯୁକ୍ତ ହେଉଥିଲେ । ଚଂଗେଜ୍ ଖାନ୍ ଯେତିକି ନିଜର ସାମ୍ରାଜ୍ୟ ବିସ୍ତାର ପାଈଁ ଚର୍ଚିତ ଥିଲେ । ସେ ସେତିକି ନୃସଂଶ ନରହନ୍ତା ବୋଲି ମଧ୍ୟ ପ୍ରସିଦ୍ଧ ଥିଲେ । ଅନୁମାନିକ ସେ ୪କୋଟି ଲୋକଙ୍କୁ ମୃତ୍ୟୁର ଦ୍ୱାର ଦେଖାଇଛନ୍ତି । ସେ ୧୨୧୯ ଖ୍ରୀଷ୍ଟାଦ୍ଧ ରେ ଇରାନ୍ ଉପରେ ଆକ୍ରମଣ କରି ସେଠାକାର ୭୫ପ୍ରତିଶତ ଜନସଂଖ୍ୟାକୁ ମୂଳରୁ ନାଶ କରିଦେଇଥିଲେ । ସେହିଭଳି ଉଜ୍ବେକିସ୍ଥାନ ର ବୁଖରା ଓ ସମରକନ୍ଦ ଏହି ଦୁଇଟି ଜାଗାର ଲୋକମାନଙ୍କୁ ଜିଅନ୍ତା ଜାଳି ଦେଇଥିଲେ ଚଂଗେଜ୍ ଖାନ୍ । ଏସବୁଥିରୁ ଅନୁମାନ କରିହେଉଛି ଯେ ଚଂଗେଜ୍ ଖାନ୍ ବହୁତ କ୍ରୁର ଓ ହିଂସାପରାୟଣ ରାଜା ଥିଲେ । ଭାରତକୁ ଆସି ଫେରିଯାଇଥିଲେ । ଚଂଗେଜ୍ ଖାନ୍ ଇରାନ୍ ର ରାଜା ଖାରଜମ୍ ଙ୍କ ଉପରେ ଯେଊଁ ଆକ୍ରମଣ କରିଥିଲେ ସେଠାରୁ ଖାରଜମ୍ ର ପୁଅ ଜଲାଲ୍ଉଦ୍ଧିନ୍ ଖସିଆସି ସିନ୍ଧୁ ନଦୀ କୂଳରେ ପହଞ୍ଛି ଦିଲ୍ଲୀ ରେ ଆଶ୍ରୟ ନେବାକୁ ପହଞ୍ଛିଥିଲା ।କିନ୍ତୁ ସେତେବେଳ ର ସୁଲତାନ୍ ଇଲ୍ତୁମସ୍ ଚଂଗେସ୍ ଖାନ୍ ର ଡରରେ ତାକୁ ଆଶ୍ରୟ ଦେବାକୁ ମନା କରିଦେଇଥିଲା । ପ୍ରଥମେ ଚଂଗେଜ୍ ଖାନ୍ ଯୋଜନା କରିଥିଲେ ଯେ ସେ ଭାରତର ମଝା ମଝି ଦେଇ ଆସାମ ପଟୁ ମଙ୍ଗୋଲିଆ କୁ ଫେରିଯିବେ ।ଦିଲ୍ଲୀର ସୁଲତାନଙ୍କ ହାର ମାନିବା ପରେ ଚଂଗେଜ୍ ରୋଗାକ୍ରାନ୍ତ ହୋଇଯାଇଥିଲେ ଏବଂ ସେ ଯୁଦ୍ଧ ନକରି ଫେରି ଯାଇଥିଲେ ।ଯାହାଫଳରେ କି ଉତର ଭାରତ ଏକ ବଡ ବିପଦରୁ ରକ୍ଷା ପାଈଯାଇଥିଲା ।ଚଂଗେଜ୍ ଜଣେ ଚରିତ୍ରହୀନ ସମ୍ରାଟ ଥିଲେ । ସେ ନାରୀ ମାନଙ୍କୁ ନିଜ ଦେହର ଧୂଳି ପରି ମାନୁଥିଲେ । ସେ ଯେଊଁ କ୍ଷେତ୍ରକୁ ହାସଲ କରୁଥିଲେ ସେଠାକାର ରାଜାଙ୍କ ସ୍ତ୍ରୀମାନଙ୍କୁ ବଳାତ୍କାର କରୁଥିଲେ ।ଚଂଗେଜ୍ ଖାନ୍ ଙ୍କର ବହୁ ଜଣ ସ୍ତ୍ରୀ ଥିଲେ । ଇତିହାସ ଅନୁସାରେ ଚଂଗେଜ୍ ଖାନ ପାଖା ପାଖି ୧୦୦ ଜଣ ପିଲାର ବାପା ହୋଇଥିବେ ।ରୁଷ୍ ର ଗୋଟିଏ ଏକାଡେମି ମଙ୍ଗୋଲିଆ ର ସୀମା ରେ ରହୁଥିବା ଲୋକଙ୍କ ଟିସୁର ପରୀକ୍ଷା କରିବା ପରେ ଜଣାପଡିଥିଲା ଯେ ଚଂଗେଜ୍ଙ୍କର ଆଜି ବି ପ୍ରାୟଃ ୧କୋଟି ୬୦ ଲକ୍ଷ ବଂଶଜ ଅଛନ୍ତି ।ଏହାର ଅର୍ଥ ପୃଥିବୀରେ ଏମିତି ବହୁ ଲୋକ ଅଛନ୍ତି ଯେଊଁ ମାନଙ୍କ ବହୁ ପୂର୍ବପୁରୁଷ ଚଂଗେଜ୍ ଖାନ୍ ଅଟନ୍ତି । ଆଶ୍ଚର୍ଯ୍ୟର କଥା ଏହି କି ଯେ ଏତେ ବଡ ଈତିହାସକାରୀ ଚଂଗେଜ୍ ଙ୍କ ମୃତ୍ୟୁର ସତ୍ୟତା କେହି ଜାଣିନାହାନ୍ତି । କୁହାଯାଏ ଯେ ୧୨୨୭ ଖ୍ରୀଷ୍ଟାଦ୍ଧ ବେଳକୁ ଚଂଗେଜ୍ ଖାନ୍ ୬୫ ବର୍ଷ ବୟସରେ ଘୋଡାରୁ ଖସି ପଡି ମୃତ୍ୟୁ ବରଣ କରିଥିଲେ । ଚଂଗେଜ୍ ଖାନ୍ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ନିଜ ଆଗାମୀ ପିଢି ପାଇଁ ଉଦାହରଣ ପାଲଟିଗଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button