ଆଗକୁ ବଢିବ ପାସ୍ ହାର

ଖୁବଶୀଘ୍ର ଯୁକ୍ତ ଦୁଇ ନାମ ଲେଖା ବିଜ୍ଞପ୍ତି ପ୍ରକାଶ ପାଇବ

ରାଜ୍ୟରେ ବଢିବ ରେଜଲ୍ଟର ହାର । ଏଥିପାଇଁ ଶିକ୍ଷକମାନଙ୍କୁ ଅନ୍‌ଲାଇନ୍‌ରେ ତାଲିମ ଦିଆଯିବ । ଅଗଷ୍ଟ ୪ ତାରିଖରୁ ୫ ଦିନ ଧରି ଶିକ୍ଷକଙ୍କୁ ଦିଆଯିବ ଅନ୍‌ଲାଇନ୍ ତାଲିମ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ତାଲିମ ପ୍ରଦାନ କରାଯିବ । ଏଥିରେ ୧୦୧ ଉତ୍କର୍ଷ ବିଦ୍ୟାଳୟର ୨ଜଣ ଲେଖାଏଁ ଶିକ୍ଷକ ତାଲିମ ନେବେ । ପ୍ରତି ଜିଲ୍ଲାରୁ ଗୋଟିଏ ଲେଖାଏଁ ଯୁକ୍ତ ଦୁଇ କଲେଜର ଶିକ୍ଷକଙ୍କୁ ବି ତାଲିମ ଦିଆଯିବ । ଶିକ୍ଷକମାନଙ୍କୁ ଦୁଇ ଘଣ୍ଟିଆ ତାଲିମ ପ୍ରଦାନ କରାଯିବ । ପରୀକ୍ଷାରେ ସଫଳତା ହାର ବଢ଼ାଇବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଅନ୍ୟପଟେ ଯେଉଁ ବିଦ୍ୟାଳୟ ଗୁଡ଼ିକରେ ରେଜଲ୍ଟ ଶୂନ୍ୟ ହୋଇଛି ସେ ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କ ସହ ମନ୍ତ୍ରୀ କଥା ହେବେ । ଚଳିତ ବର୍ଷ ୩୧ଟି ବିଦ୍ୟାଳୟରେ ଜିରୋ ରେଜଲ୍ଟ ହୋଇଥିଲା ।

, ଆଗକୁ ବଢିବ ପାସ୍ ହାର

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେପଟେ ଆଗାମୀ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button
Close